ଓଡ଼ିଶା

ବର୍ଷା ହେବାରୁ ଡ୍ରେନ୍‌ରୁ ବାହାରି ରାସ୍ତାରେ ଭାସିଲା ୨ ଶିଶୁଙ୍କ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

ବାଲେଶ୍ଵର() ଡ୍ରେନ୍‌ରେ ଭାସୁଛି ୨ ଶିଶୁଙ୍କ ମୃତଦେହ। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡ୍ରେନ୍ ପାଣିରେ ଦୁଇଟି ଶିଶୁଙ୍କ ମୃତଦେହ ଭାସି ଯାଉଥିଲା। ଅଧିକ ବର୍ଷା ହେବାରୁ ଶବ ଦୁଇଟି ଡ୍ରେନ୍‌ରୁ ଆସି ରାସ୍ତାରେ ଭାସିଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ୨ଟିକୁ ଉଦ୍ଧାର କରିଛି।

ତେବେ ଏହି ଘଟଣା ପରେ ବାଲେଶ୍ଵର ସହରର ଲୋକମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଶିଶୁ ଦୁଇଟି କିଏ ଏବଂ କାହିଁକି ଫିଙ୍ଗି ଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related Articles

Back to top button