ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କଶ୍ମୀର, ଦିଲ୍ଲୀ ଓ ନୋଏଡା
![](https://i0.wp.com/odia.mobilenews24x7.com/wp-content/uploads/2022/02/Earth-quack.jpg?resize=650%2C400&ssl=1)
ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭବ କରିଛନ୍ତି ଏକାଧିକ ରାଜ୍ୟର ଲୋକ। ପ୍ରଥମେ ଭୂକମ୍ପର ଘଟଣା ଜମ୍ମୁ-କଶ୍ମୀରରେ ଅନୁଭୂତ ହୋଇଥିଲା। ଏହାପରେ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଝଟକା ଅନୁଭବ କରିଥିବା କହିଛନ୍ତି। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି। ଘଟଣା ପରେ ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଯିବା ସହ ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିଥିଲା।
Earthquake of Magnitude:5.7, Occurred on 05-02-2022, 09:45:59 IST, Lat: 36.340 & Long: 71.05, Depth: 181 Km ,Location: Afghanistan-Tajikistan Border Region, for more information download the BhooKamp App https://t.co/5E23iK2nl2 pic.twitter.com/qQ0w5WSPJr
— National Center for Seismology (@NCS_Earthquake) February 5, 2022
ସେହିପରି କଶ୍ମୀରର କିଛି ଘରେ ଝଟକା ଯୋଗୁ ଫାଟ ଚିହ୍ନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଝଟକା ଯୋଗୁ ରାସ୍ତାରେ ଯାଉଥିବା ଗାଡ଼ି ମଟର ମଧ୍ୟ କିଛି ସମୟ ଧରି ଅଟକି ଯାଇଥିଲା।
Jolts of earthquake felt in Kashmir, Noida and other areas. Details awaited.
— ANI (@ANI) February 5, 2022
ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାନ୍ତ ଫୟାଜବାଦ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ରହିଥିଲା ଓ ଏହା ସକାଳ ୯.୪୬ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହା ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।
ତେବେ ଭାରତର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଝଟକା ବେଶ ସ୍ୱଳ୍ପ ଧରରଣ ଥିଲା। ତଥାପି ଜମ୍ମୁ-କଶ୍ମୀର, ଦିଲ୍ଲୀ, ଏନସିଆର ସମେତ ହରିଆଣାରେ ଝଟକା ଅନୁଭୂତ ହୋଇଛି।
ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।