ଓଡ଼ିଶା

ଚାକିରି ଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ଫେରାଇବାକୁ ଅଜବ ସର୍ତ୍ତ, ଭିଡିଓ ଭାଇରାଲ୍‌ ପାଇଁ ବି ଧମକ

ଭୁବନେଶ୍ବର() ନାଲ୍‌କୋରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ନେଲା। ସବୁ ଅରିଜିନାଲ୍‌ ସାର୍ଟିଫିକେଟ୍‌ ବି ନେଲା। କିନ୍ତୁ ନା ଚାକିରି ଦେଲା ନା ଟଙ୍କା ଫେରାଇଲା। ଟଙ୍କା ମାଗିବାରୁ ଅଜବ ସର୍ତ୍ତ ରଖିଲା। ଶାରୀରିକ ସର୍ମ୍ପକ ରଖିଲେ ଟଙ୍କା ଫେରାଇବ ବୋଲି କହିଲା। ଏ ବିଷୟରେ କିଛି କହିଲେ ବୟଫ୍ରେଣ୍ଡ ସହ ଥିବା ଭିଡିଓ ଭାଇରାଲ୍‌ କରିଦେବି ବୋଲି ଧମକ ଦେଲା। କନ୍‌ସଲଟାନ୍ସି ସଂସ୍ଥାର ମାଲିକଙ୍କ ଏଭଳି ହରକତ୍‌ ନେଇ ଠକାମିର ଶିକାର ହୋଇଥିବା ଜଣେ ଯୁବତୀ ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଯୁବତୀଜଣଙ୍କ ଚାକିରି ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଏକ କନସଲଟାନ୍ସି ସଂସ୍ଥା ସହ ଯୋଗାଯୋଗ କରିଥିଲେ। ତେବେ ସଂସ୍ଥା ମାଲିକ ତାଙ୍କୁ ନାଲ୍‌କୋରେ ଚାକିରି କରାଇ ଦେବାକୁ କହିଥିଲେ। ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଏଜିରେ ଚାକିରି କରାଇଦେବାକୁ କହିଥିଲେ। ଏଥିପାଇଁ ସେମାନଙ୍କଠାରୁ ସମସ୍ତ ସାର୍ଟିଫିକେଟ୍ ନେଇଥିଲେ। ଜାଲ୍‌ ନିଯୁକ୍ତି ପତ୍ରଦେଇ ବିଭିନ୍ନ ପର୍ଯ୍ୟାୟରେ ୭ଲକ୍ଷ ଟଙ୍କା ନେଇଥିଲେ। ନିଯୁକ୍ତିପତ୍ର ଜାଲ୍‌ ଥିବା ଜଣାପଡ଼ିବା ପରେ ଯୁବତୀ ଟଙ୍କା ଫେରାଇବାକୁ କହିଥିଲେ। ହେଲେ ସଂସ୍ଥା ମାଲିକ ତାଙ୍କୁ ଶାରୀରିକ ସମ୍ପର୍କ ରଖିଲେ ଚାକିରି କରାଇଦେବି, ଟଙ୍କା ଓ ସାର୍ଟିଫିକେଟ୍‌ ବି ଫେରାଇଦେବି ବୋଲି କହିଥିଲେ। ଏ ସଂପର୍କରେ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ସେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com