କ୍ରୀଡ଼ା

ଭାରତ ଜିତିଲା ବିଶ୍ୱକପ୍: ଇଂଲଣ୍ଡକୁ ହରାଇ ପଞ୍ଚମ ଥର ଧରିଲା ୧୯ ବର୍ଷରୁ କମ୍ ବିଶ୍ୱ ଟ୍ରଫି ରାଜ ଫାଇନାଲ, ଦିୱାଲ୍ଡ ବ୍ରେଭିସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି

ନର୍ଥ ସାଉଣ୍ଡ : ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ପୁଣି ଥରେ କମାଲ କରିଛି। ଦୀର୍ଘ ୨୪ ବର୍ଷ ପରେ ଫାଇନାଲ୍ ଖେଳିଥିବା ଇଂଲଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ଫାଇନାଲ୍‌ରେ ୪ ୱିକେଟ୍‌ରେ ପରାସ୍ତ କରି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ ଜିତି ନେଇଛି। ଶନିବାର ଅଷ୍ଟମ ଥର ଫାଇନାଲ୍ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ବକପ୍ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହିବାର ଗୌରବ ସହ ନିଜ କ୍ରିକେଟ୍ ଇତିହାସରେ ସଫଳତାର ଆଉ ଏକ ସୁନେଲି ଫର୍ଦ୍ଦ ବି ଯୋଡ଼ିଛି ଜୁନିଅର ଟିମ୍ ଇଣ୍ଡିଆ। ତା ସହ ଦୁଇ ଥର ବରିଷ୍ଠ ସ୍ତରୀୟ ଏକଦିବସୀୟ, ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତ କିନ୍ତୁ କନିଷ୍ଠ କ୍ରିକେଟ୍‌ରେ ତାର ଆଧିପତ୍ୟ ଜାରି ରଖିଛି। ବିଶ୍ବକପ୍‌ର ୬ ପ୍ରତିପକ୍ଷ ସହ କୋଭିଡ୍ ସଙ୍କଟ ମଧ୍ୟ ଭାରତର ବିଶ୍ବବିଜୟକୁ ରୋକି ପାରି ନଥିଲା।

ଶନିବାରର ମେଗା ଫାଇନାଲ୍‌ରେ ରବି କୁମାର ଏବଂ ରାଜ୍ ବାୱାଙ୍କ ଘାତକ ବୋଲିଂ ବଳରେ ଦ୍ବିତୀୟ ଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ଥିବା ଉତ୍ସାହୀ ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ୧୯୦ ରନ୍‌ର ଛୋଟିଆ ଲକ୍ଷ୍ୟ ‌ହୋଇଥିଲେ ବି ଭାରତର ପଶ୍ଚାତଧାବନ ପ୍ରଥମରୁ ବାଟ ହୁଡ଼ିଥିଲା। ଦ୍ବିତୀୟ ବଲ୍‌ରେ ହିଁ ଓପନର ଅଙ୍ଗକ୍ରିଶ୍ ରଘୁବଂଶୀଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ସେପଟେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ବଦଳାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com