ଓଡ଼ିଶା
ଓଡ଼ିଆ ଝିଅ ଶ୍ରେୟା ହେବେ ଦେଶର ପ୍ରଥମ K-Popstar : ଇତିହାସରୁ ମାତ୍ର ଗୋଟିଏ ପାଦ ଦୂରରେ
ଭୁବନେଶ୍ୱର() ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ପରିଚୟ ଦେଇଛନ୍ତି ରାଉରକେଲାର ଝିଅ ଶ୍ରେୟା ଲେଙ୍କା । ୧୮ ବର୍ଷୀୟ ଶ୍ରେୟା ଦେଶର ପ୍ରଥମ କେ ପପ୍ ଷ୍ଟାର ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଏହି ଶୋ ପାଇଁ ଅନୁଷ୍ଠିତ ଗ୍ଲୋବାଲ ଅଡିସନରେ ଶ୍ରେୟା ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲରେ ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କୁ ପରାସ୍ତ କଲେ ସାଉଥ୍ କୋରିଆର ଗାର୍ଲ ବ୍ୟାଣ୍ଡ ଗ୍ରୁପ୍ ବ୍ଲାକ୍ ସ୍ୱାନରେ ଯୋଗ ଦେବେ ଶ୍ରେୟା । ମେ ୨୦୨୧ରେ ବ୍ଲାକ ସ୍ୱାନ ଗ୍ରୁପ ପକ୍ଷରୁ ବ୍ୟାଣ୍ଡର ପଞ୍ଚମ ସଦସ୍ୟ ଚୟନ ପାଇଁ ଅଡିସନ କରାଯାଇଥିଲା । ହେମି ଏହି ଗ୍ରୁପ ଛାଡିବା ପରେ ଏହି ଅଡିସନ ହୋଇଥିଲା । ଅଡିସନରେ ସମସ୍ତଙ୍କୁ ପଛରେ ପକାଇ ଫାଇନାଲରେ ପହଞ୍ଚିଛନ୍ତି ଶ୍ରେୟା ।