ଓଡ଼ିଶା

ହଷ୍ଟେଲ ଛାତରୁ ଖସି ପଡି ଛାତ୍ରୀ ମୃତ, ଠେଲି ମାରିଦେଇଥିବା ଅଭିଯୋଗ କଲେ ପରିବାର

ସୁନ୍ଦରଗଡ଼() ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିର ଦଶମ ଶ୍ରେଣୀର ଛାତ୍ରୀ ମୃତ । ହଷ୍ଟେଲ ଛାତରୁ ଖସି ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛିବା ସୂଚନା । ମୃତକ ହେଉଛନ୍ତି ଭାଲୁଗାଡ଼ ଗାଁ ର ଝିଅ ଅପର୍ଣ୍ଣା ପାଣ୍ଡେ । ସେ ପଟୁଆଡିହି ହଷ୍ଟେଲରେ ରହି ପାଠ ପଢୁଥିଲେ ।

ତେବେ ଛାତରୁ ଠେଲି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଝିଅର ମୃତ ଖବର ଶୁଣି ମାଆ ଚେତା ରହୁ ନଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟାଉନ ଥାନା ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ସମେତ ଓ୍ୱାଡେନକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com