ଓଡ଼ିଶା

ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍, କଳିଙ୍ଗରେ ଆଜି ଭାରତ-ମ‌ରୋକ୍କୋ ମୁହାଁମୁହିଁ

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବେ ଭାରତ ଆଉ ମ‌ରୋକ୍କୋ । କଳିଙ୍ଗ ‌ଷ୍ଟାଡିୟମରେ ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଏହା ପୂର୍ବରୁ ଅପରାହ୍‌ଣ ୪.୩୦ ଟାରେ ଦୁଇ ଶକ୍ତିଶାଳୀ ଦଳ ଆମେରିକା ଓ ବ୍ରାଜିଲ ମୁହାଁମୁହିଁ ହେବେ।

ଭାରତ ପ୍ରଥମ ଥର ପାଇଁ ଏହି ବିଶ୍ୱକପରେ ଖେଳୁଛି । ମୋଟ ୧୬ଟି ଦେଶର ଟିମ୍ ଏଥିରେ ଭାଗ ନେଉଛନ୍ତି। ୪ଟି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଏହିମାସ ୨୯ ତାରିଖରେ ନବୀ ମୁମ୍ବାଇରେ ଫାଇନାଲ ମ୍ୟାଚ ଖେଳାଯିବ ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଫିଫା ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ପାଇଁ କଳିଙ୍ଗ ଷ୍ଟାଡିୟମରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com