ଜାତୀୟ

ଏକାଠି ବସିବା ମନା, ପ୍ରତିବାଦରେ ପରସ୍ପରର କୋଳରେ ବସି ‘ଲ୍ୟାପଟପ୍ ପ୍ରୋଟେଷ୍ଟ’ କଲେ ଛାତ୍ର-ଛାତ୍ରୀ

ତିରୁଅନନ୍ତପୁରମ: ସଂପ୍ରତି କେରଳର ଏକ କଲେଜ ଛାତ୍ର-ଛାତ୍ରୀଙ୍କ ଭିନ୍ନ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହି ବିରୋଧକୁ ଲ୍ୟାପଟପ୍ ପ୍ରୋଟେଷ୍ଟର ନାମ ଦିଆଯାଇଛି। ଏକାଠି ବସିବାକୁ ମନା କରିବାରୁ ଛାତ୍ର-ଛାତ୍ରୀ ଏମିତି ବିରୋଧ ପ୍ରଦର୍ଶନ କରିଛନ୍ତି। ଏକ ଲମ୍ବା ସିଟର ବେଞ୍ଚକୁ କାଟି ଗୋଟିଏ ଲେଖାଏଁ ସିଟ୍ କରି ସେଥିରେ ଛାତ୍ରଙ୍କ କୋଳରେ ଛାତ୍ରୀ ବସି ଲ୍ୟାପଟପ୍ ପ୍ରୋଟେଷ୍ଟ ଆରମ୍ଭ କରିଛନ୍ତି।

ରେସିଡେଣ୍ଟ୍ସ ଆସୋସିଏସନରର ନିଷ୍ପତ୍ତି ପ୍ରତିବାଦରେ ଏକ ବସ୍ ଷ୍ଟପରେ ସିଇଟି ଇଞ୍ଜିନିୟରିଂ କଲେଜର ଛାତ୍ର-ଛାତ୍ରୀ ପରସ୍ପରର କୋଳରେ ବସି ଫଟୋ ଉଠାଇ ଏହାକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଛନ୍ତି। ଏହାକୁ ସେମାନେ ଲ୍ୟାପଟପ୍ ପ୍ରୋଟେଷ୍ଟର ନାଁ ଦେଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ରେସିଡେଣ୍ଟ୍ସ ଆସୋସିଏସନର ସଦସ୍ୟ, ଏହାର ଅଧ୍ୟକ୍ଷ ଏବଂ ବିଜେପି ରାଜ୍ୟ କମିଟିର ସଦସ୍ୟ ଚେରୁଓ୍ଵକ୍କଲ ଜୟନଙ୍କ ନେତୃତ୍ଵରେ ଛାତ୍ର-ଛାତ୍ରୀଙ୍କୁ ଏକାଠି ବସିବାକୁ ମନା କରିଥିଲେ।

ଏହା ପରେ ଛାତ୍ର-ଛାତ୍ରୀ ଲ୍ୟାପଟପ୍ ପ୍ରୋଟେଷ୍ଟ ସମୟରେ ପରସ୍ପରର କୋଳରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ  ହୋଇଥିବା ଏହାର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଛାତ୍ରଙ୍କ କହିବା କଥା ଏହି ଲୋକମାନେ ଛାତ୍ର ଏବଂ ଛାତ୍ରୀଙ୍କୁ କଲେଜରେ ଅଲଗା ଅଲଗା ବସିବାକୁ ଚାପ ପ୍ରୟୋ କରୁଛନ୍ତି। କିନ୍ତୁ ଛାତ୍ର-ଛାତ୍ରୀ ଏକାଠି ବସିବାକୁ ଏକ ସାଧାରଣ କଥାରେ ପରିଣତ କରିବାକୁ ଚେଷ୍ଟା ଚଳାଇଛନ୍ତି।

କଲେଜ୍ ଅଫ ଇଞ୍ଜିନିୟରିଂ ତ୍ରିବେନ୍ଦ୍ରମର ଜଣେ ଛାତ୍ର ନନ୍ଦନା ପି ଏମ କହିଛନ୍ତି, ଆମେ ଯେଉଁ ପରିସ୍ଥିତିରେ ବଢିଛୁ ଏବଂ ସେମାନେ ଯେଉଁ ପରିସ୍ଥିତିରେ ବଢିଛନ୍ତି ତାହା ଆକାଶ ପାତାଳ ବହୁତ ଫରକ। ଆମକୁ ଲାଗୁନି ଯେ, ରାତାରାତି ସମାଜରେ ପରିବର୍ତ୍ତନ ଆସିବ। ମାତ୍ର ଲୋକେ ଛାତ୍ର-ଛାତ୍ରୀଙ୍କୁ ଆଘାତ ଦେବା ବନ୍ଦ କରନ୍ତୁ। ଆମର ପୋଷ୍ଟ ଭାଇରାଲ୍ ହେବା ପରେ ଆମକୁ ଲୋକଙ୍କ ବିପୁଳ ସମର୍ଥନ ମିଳିବାରେ ଲାଗିଛି।

ଛାତ୍ର-ଛାତ୍ରୀମାନେ ଯେମିତି ଏକାଠି ବସି ପାରିବେ ନାହିଁ ଏହାକୁ ଦୃଷ୍ଟିରେ ରଖି ରେସିଡେନ୍ସ ଆସୋସିଏସନର ସଦସ୍ୟ ବସ୍ ଷ୍ଟପରେ ବେଞ୍ଚକୁ ଭାଙ୍ଗି ଦେଇଥିଲେ। ଏହା ପରେ ଛାତ୍ର-ଛାତ୍ରୀ ଲ୍ୟାପଟପ୍ ପ୍ରୋଟେଷ୍ଟ କରିବାର ଏକ ଭିନ୍ନ ପନ୍ଥା ଆପଣେଇଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଛାତ୍ରମାନେ ଲେଖିଛନ୍ତି ଯେ, ଯଦି ଆମର ଏକାଠି ବସିବାରେ ସେମାନଙ୍କୁ ସମସ୍ୟା, ତେବେ ଆମେ ପରସ୍ପରର କୋଳରେ ବସିବା ଉଚିତ୍।

Related Articles

Back to top button
WP Twitter Auto Publish Powered By : XYZScripts.com