ଜାତୀୟ

ଅହମ୍ମଦାବାଦରେ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ, ନିର୍ଦ୍ଦୋଷରେ ଖଲାସ ହେଲେ ୨୮

ନୂଆଦିଲ୍ଳୀ() ୨୦୦୮ରେ ଘଟିଥିବା ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ୨୦୦୮ରେ ଘଟିଥିବା ବିସ୍ପୋରଣ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଏହି ମାମଲାର ରାୟ ଶୁଣାଇଛନ୍ତି । ମଙ୍ଗଳବାର କୋର୍ଟ ଏହି ମାମଲାରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବେନିଫିଟ୍ ଅଫ୍ ଡାଉଟ୍ କାରଣରୁ ଏହି ୨୮ ଜଣଙ୍କୁ ମୁକ୍ତ କରାଯାଇଥିବା ଜଣାପଡିଛି ।
ଏହି ମାମଲାରେ ସମୁଦାୟ ୨୮ ଜଣ ଅଭିଯୁକ୍ତ ରହିଥିଲେ । ତେବେ ଠୋସ ପ୍ରମାଣ ଅଭାବରୁ ୨୮ ଜଣଙ୍କୁ ଛଡାଯାଇଥିଲା । ୨୦୦୮ରେ ହୋଇଥିବା ଏହି ବିସ୍ଫୋରଣରେ ହିଜବୁଲ ମୁଜାହିଦ୍ଦିନର ହାତ ରହିଥିଲା । ୨୦୦୯ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ନ୍ୟାୟାଧୀଶ ଏ ଆର ପଟେଲ ଏହି ମାମଲାର ଶୁଣାଣି କରିଥିଲେ । ୨୦୨୧ ସେପ୍ଟେମ୍ବରରେ ହିଁ ଶୁଣାଣି ପୁରା ହୋଇଥିଲା । ମଙ୍ଗଳବାର ଏହି ମାମଲାର ରାୟ ପ୍ରକାଶ ପାଇଛି । ଏହି ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଶତାଧିକ ଆରୋପୀ ରହିଥିବା ବେଳେ ସରକାରୀ ସାକ୍ଷୀରେ ସାମିଲ ହୋଇ ଅଭିଯୁକ୍ତଙ୍କ ସଂଖ୍ୟା ୭୭ରେ ପହଞ୍ଚିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com