ଓଡ଼ିଶା

ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଜଳି ପୋଡି ପାଉଁଶ ହୋଇଗଲା ଗାଡି

ବଡବିଲ() ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଗଲା ୧୨ ଚକିଆ ହାଇଓ୍ବା ଟ୍ରକ୍ । ଚମ୍ପୁଆ ଥାନା ଏନଏଚ୍ ୫୨୦  ନାରଦପୁର ନିକଟରେ ମଙ୍ଗଳବାର ଏହି ଅଗ୍ନିକାଣ୍ଡ ଘଟିଥିଲା ।  ଓଡି ୦୯ ଏ ୩୩୨୧ ନଂ ହାଇଓ୍ବା ଟ୍ରକଟି ଲୁହାପଥର ବୋଝେଇ କରି ଶୁଆକାଟିଠାରୁ ଦେଓଝର ଅଭିମୁଖେ ଆସୁଥିବା ସମୟରେ ହଠାତ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ ଘଟିଥିଲା ।  ନିଆଁ ଲାଗିବା ଜାଣିପାରି ହାଇଓ୍ବା ଡ୍ରାଇଭର, ରାସ୍ତା କଡରେ ଗାଡିକୁ ଛିଡାକରି ଓହ୍ଲାଇ ପଡ଼ିଥିଲେ, । ଯାହାଫଳରେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥଲେ । ସଙ୍ଗେସଙ୍ଗେ ଏନେଇ ଚମ୍ପୁଆ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଗାଡ଼ିର କ୍ୟାବିନ ଓ ଇଞ୍ଜିନ ପୋଡି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com