ଓଡ଼ିଶା

ବନ୍ଧୁକ ଓ ଖଣ୍ଡା ଦେଖାଇ ଲୁଟ୍‌ ଅଭିଯୋଗ: କୁଖ୍ୟାତ ସାଗର ଓ ସଂଗ୍ରାମ ଗିରଫ

ଭୁବନେଶ୍ବର() ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ପାଟ୍‌ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସ୍ଥାନୀୟ ୨ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଭୋଟପଡ଼ା ଅଞ୍ଚଳର ସାଗର ଭୋଇ ଓ ସଂଗ୍ରାମ ଭୋଇ। ପୁଲିସ ସୂଚନାନୁସାରେ, ଗତ ୨୬ ତାରିଖ ରାତିରେ ବିଶ୍ବଜିତ୍ ସ୍ବାଇଁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଖି ସାଗର ଓ ସଂଗ୍ରାମ ତାଙ୍କୁ ଅଟକାଇଥିଲେ। ଦୁଇ ଦୁର୍ବୃତ୍ତଙ୍କ କବଳରୁ ଖସିଯିବା ପାଇଁ ବିଶ୍ବଜତ୍ ନିଜ ବାଇକ୍‌ର ବେଗ ବଢ଼ାଇଥିଲେ ବି ସାଗରର ବୁଲେଟ୍‌ ଆଗରେ ହାର୍‌ ମାନିଥିଲେ। ବିଶ୍ବଜିତ୍‌ଙ୍କ ବାଇକ୍‌ ଆଗରେ ସାଗର ବୁଲେଟ୍‌ ରଖିଦେବାରୁ ସେ ବାଧ୍ୟ ହୋଇ ଅଟକିଥିଲେ। ତୁରନ୍ତ ସେମାନେ ବିଶ୍ବଜିତ୍‌ଙ୍କ ବେକରେ ଖଣ୍ଡା ରଖି ଧମକ ଦେଇଥିଲେ ଓ ତାଙ୍କ ପକେଟ୍‌ରୁ ପର୍ସ ବାହାର କରି ନେଇଥିଲେ। ପର୍ସରେ ୫ ହଜାର ଟଙ୍କା ଓ ଏଟିଏମ୍‌ କାର୍ଡ ଥିଲା। ଏନେଇ ବିଶ୍ବଜିତ୍‌ ଅଭିଯୋଗ କରିବା ପରେ ମଞ୍ଚେଶ୍ବର ଥାନା ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ବିଶ୍ବଜିତ୍‌ଙ୍କ ସୂଚନାରୁ ଏହା ସାଗରର କାମ ବୋଲି ପୁଲିସ ପ୍ରଥମରୁ ଠଉରାଇ ନେଇଥିଲା। ଗତକାଲି ପୁଲିସ ଭୋଟପଡ଼ାରେ ଚଢ଼ଉ କରି ସାଗର ଓ ସଂଗ୍ରାମକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଲୁଟ୍‌ରେ ବ୍ୟବହୃତ ବୁଲେଟ୍ (ଓଡି୦୨-ଏଏମ୍‌-୬୮୨୭) ଓ ୫ ହଜାର ଟଙ୍କା ଜବତ କରାଯାଇଛି। ସାଗର ନାଁରେ ପୂର୍ବରୁ ମଞ୍ଚେଶ୍ବର ଥାନାରେ ୭ଟି ଓ ସହିଦନଗର ଥାନାରେ ଗୋଟିଏ ମାମଲା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com