ଓଡ଼ିଶା
ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ, ମାନସ ଅପହରଣରେ ରଞ୍ଜନ ସହ ଥିଲେ ଶର୍ମିଷ୍ଠା

କଟକ () 3ଦିନ ମଧ୍ୟରେ 100ଟି ପ୍ରଶ୍ନ ଆଉ ଶେଷରେ ଶଙ୍ଖାରୀଗଡା ନିଆଯିବା ପରେ ରଞ୍ଜନ କ୍ରାଇମବ୍ରାଞ୍ଚ ପାଖରେ ସବୁ ସତ ଓଗାଳିଛି । ସେ କିପରି ଓ କେଉଁଠୁ କ୍ୟାମେରାମ୍ୟାନ୍ ମାନସକୁ ଅପହରଣ କଲା ଏବଂ କିଏ କିଏ ତା ସହ ଥିଲେ ସବୁ ମାନିଯାଇଛି । ମାନସର ଅପହରଣ ବେଳେ ରଞ୍ଜନ ସହ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।

ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଚଣ୍ଡିଖୋଲରୁ 2 କିଲୋମିଟର ଦୂର ଦୈତାରୀ-ପାରାଦୀପ ରାସ୍ତା କଡରୁ କ୍ରାଇମବ୍ରାଞ୍ଚ ଟିମ୍କୁ ମାନସଙ୍କ ମୋବାଇଲର ଇୟର ଫୋନ୍, ଅଧାପୋଡ଼ା ଚପଲ ମିଳିଛି ।
