ଜାତୀୟ

ହ୍ୱାଟ୍ସଆପ୍‌ରେ ଟାଇପ୍ ମିଷ୍ଟେକ୍‌ ହେଲେ ଏଡିଟ୍ କରିହେବ ମେସେଜ୍‌; ଖୁବ୍‌ଶୀଘ୍ର ଆସୁଛି ଏହି ସୁବିଧା, କେମିତି ହେବ ଆଗୁଆ ଜାଣନ୍ତୁ

ନୂଆଦିଲ୍ଲୀ: ଟ୍ୱିଟର ଭଳି ହ୍ୱାଟ୍ସଆପ୍‌ରେ ଥରେ ମେସେଜ୍ ପଠାଇ ସାରିବା ପରେ ଟାଇପ୍‌ ମିଷ୍ଟେକ୍ ଥିଲେ ଆଉ ସେହି ମେସେଜକୁ ଏଡିଟ୍ କରିହୁଏନା। ଭୁଲ୍ ମେସେଜ୍‌ ଡିଲିଟ୍ କରି ପୁଣିଥରେ ଲେଖି ପଠାଇବାକୁ ପଡ଼େ। ହେଲେ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ନେଇ ଆସୁଛି ହ୍ୱାଟ୍ସଆପ୍। ଫଳରେ ଆପଣ ଯଦି ଭୁଲ୍‌ ମେସେଜ୍ ପଠାଇ ଦେଇଛନ୍ତି, ଏହାକୁ ସମ୍ପୂର୍ଣ୍ଣ ଡିଲିଟ୍ ନ କରି ଏଡିଟ୍ କରିପାରିବେ।

ଏଡିଟ୍ ବଟନ ଯୋଡ଼ିବା ଦିଗରେ କାମ କରୁଛି ହ୍ୱାଟ୍ସଆପ୍। ଏନେଇ ହ୍ୱାଟ୍ସଆପ୍ ବିଷୟରେ ସମସ୍ତ ଅପଡେଟ୍ ସୂଚନା ଦେଉଥିବା ୱେବସାଇଟ୍ Wabetainfoରେ ଏହି ଖବର ପ୍ରକାଶ ପାଇଛି। ମେସେଜିଂ ପ୍ରକ୍ରିୟାକୁ ଆହୁରି ସୁନ୍ଦର ସରଳ କରିବା ପାଇଁ ଗ୍ରାହକଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଉଛି ହ୍ୱାଟ୍ସଆପ୍। ମେସେଜ୍‌ରେ ପ୍ରତିକ୍ରିୟା ଦେବା ଅପସନ ଯୋଡ଼ିବା ପରେ ଏବେ ଏହାକୁ ଏଡିଟ୍ କରିବା ପାଇଁ ଅପସନ ଦେବ ହ୍ୱାଟ୍ସଆପ୍,ଫଳରେ ମେସେଜ୍‌କୁ ସମ୍ପୂର୍ଣ୍ଣ ଡିଲିଟ୍ କରି ପୁଣି ଲେଖିବା ଟେନ୍‌ସନ ଆଉ ରହିବ ନାହିଁ।

ଏଡିଟ୍ ବଟନ ନେଇ ଟ୍ୱିଟରକୁ ଅନେକ ଅନୁରୋଧ ମିଳିବା ପରେ ଆଗୁଆ ସତର୍କ ହୋଇଯାଇଥିଲା ହ୍ୱାଟ୍ସଆପ। ଫଳରେ ୫ ବର୍ଷ ପୂର୍ବରୁ ଏଭଳି ବିକଳ୍ପ ଉପରେ କାମ କରିବାକୁ ଯୋଜନା କରିଥିଲା କମ୍ପାନୀ। ଏବେ ଏହା ଉପରେ କାମ ଆରମ୍ଭ ହୋଇଛି।

Wabetainfo ଶେୟାର କରିଥିବା ସ୍କ୍ରିନସଟ୍ ଅନୁସାରେ, ଆପଣ ପଠାଇସାରିଥିବା ମେସେଜ୍‌କୁ ସିଲେକ୍ଟ କରିବା ପରେ  ସେଠାରେ କପି ଓ ଫରୱାର୍ଡ ଅପସନ ସହ ଏଡିଟ୍ ଅପସନ ବି ଶୋ କରିବ। ଆପଣ ଏଡିଟ୍‌ ଅପସନ ସିଲେକ୍ଟ କରି ନିଜର ଟାଇପ୍‌ ମିଷ୍ଟେକ ସୁଧାରିପାରିବେ। ଉଭୟ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ହ୍ୱାଟ୍ସଆପ୍ ପାଇଁ ଏହି ସୁବିଧା ଉପଲବ୍ଧ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com