ଓଡ଼ିଶା

ବିଶ୍ୱ ବଜାରରେ ଚମକିବ ସମ୍ବଲପୁରୀ ହସ୍ତତନ୍ତ, ଫ୍ଲିପକାର୍ଟ ଓ ଆଇଆଇଏମ୍ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର : ଏଥର ଆନ୍ତର୍ଜାତିକ ବଜାରରେ ଚମକିବ ସମ୍ବଲପୁରୀ ହସ୍ତତନ୍ତ । ଆର୍ଥିକ ସ୍ତରରେ ସମୃଦ୍ଧ ହେବେ ବୁଣାକାର । ଏନେଇ ଫ୍ଲିପକାର୍ଟ ଓ ଆଇଆଇଏମ୍ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହାର ବ୍ୟବସାୟୀ ଢ଼ାଞ୍ଚା ଉଭୟ ସମ୍ବଲପୁର ଆଇଆଇଏମ ଏବଂ ଫ୍ଲିପକାର୍ଟ ତିଆରି କରିବେ।
ଖବର ଅନୁଯାୟୀ, ସମ୍ବଲପୁରୀ କପଡାକୁ ଆଉ ନୂଆ ନୂଆ ଡିଜାଇନ କିପରି କରିପାରିବେ ସେନେଇ ବୁଣାକାର ମାନଙ୍କୁ ଶିକ୍ଷା ଦିଆଯିବ। ଏହା ସହ ବୁଣାକାର ବୁଣୁଥିବା କପଡାମାନଙ୍କୁ କିପରି ଆନ୍ତର୍ଜାତିକ ବଜ଼ାରରେ ବିକ୍ରି କରି ପାରିବେ ସେନେଇ ଫ୍ଲିପକାର୍ଟ କାର୍ଯ୍ୟ କରିବ । ବିଜନେସ ମଡେଲ କିପରି ହେବ ସେନେଇ ଆଇଆଇଏମ ସହଯୋଗ କରିବ । ତେବେ ଏହା ଦ୍ବାରା ସମ୍ବଲପୁରୀ କପଡାର ବ୍ୟବସାୟ ଆଉ ଦେଶ ଭିତରେ ସୀମିତ ହୋଇ ରହିବ ନାହିଁ ।
ଦେଶ ବାହାରକୁ ଗଲେ ଏହାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ବୁଣାକାର ଆର୍ଥିକ ସ୍ବଚ୍ଛଳ ହେବେ | ସମ୍ବଲପୁର ଜ୍ୟୋତି ବିହାର କ୍ୟାମ୍ପସରେ ଆୟୋଜିତ ଏହି ଚୁକ୍ତିନାମାରେ ଅନଲାଇନ ମାଧ୍ୟମରେ ଯୋଡି ହୋଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ | ସେହିପରି ଆଇଆଇଏମ ନିର୍ଦ୍ଦେଶକ ମହାଦେଓ ଜୈସ୍ବାଲ, ଫ୍ଲିପକାର୍ଟର ମୁଖ୍ୟ କର୍ପୋରେଟ ଅଧିକାରୀ ରଜନୀଶ କୁମାର, ବିଶିଷ୍ଟ ବାନ୍ଧଶିଳ୍ପୀ ରାମକୃଷ୍ଣ ମେହେର, ଡକ୍ଟର ସୁରେନ୍ଦ୍ର ମେହେରଙ୍କ ସହ ବୁଣାକାର ସାମିଲଥିଲେ | ତେବେ ଆଗାମୀ ଦିନରେ ସମ୍ବଲପୁରୀ ହସ୍ତତନ୍ତକୁ ସବୁ ବିମାନ ବନ୍ଦରରେ ପ୍ରଦର୍ଶନୀ କରାଯିବ ବୋଲି ଉଷା ପାଢୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com