ଜାତୀୟ

ହାଇକୋର୍ଟରୁ ବାହାରି ପାରିଲାନି ହିଜାବ ବିବାଦର ସମାଧାନ, ବେଙ୍ଗାଲୁରୁରେ ଧାରା ୧୪୪, ଏବେ ବଡ଼ ବେଞ୍ଚରେ ହେବ ଶୁଣାଣି

ନୂଆଦିଲ୍ଲୀ() କର୍ଣ୍ଣାଟକରେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଏବଂ କେଲଜ ଆସିବା ବିବାଦ ଉପରେ ସମାଧାନ ଆଜି ବି ବହାରି ପାରିଲା ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଏହି ମାମଲା ଉପରେ ଶୁଣାଣି ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଜଷ୍ଟିସ କୃଷ୍ଣା ଦୀକ୍ଷିତଙ୍କ ଖଣ୍ଡପୀଠ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଏହି ମାମଲାକୁ ବଡ ବେଞ୍ଚ ନିକଟକୁ ପଠାଯିବା ଦରକାର । ତେବେ ଉଭୟପକ୍ଷଙ୍କ କହିବା କଥା, ମାମଲାକୁ ବଡ ଖଣ୍ଡପୀଠ ପଠାଇବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଏହାର ସମାଧାନ ଶୀଘ୍ର ବାହାରିବା ଦରକାର । ଏହି ସମୟରେ କର୍ଣ୍ଣାଟକର ଉଡୁପୀ, ସିମୋନା, ବେଙ୍ଗାଲୁରୁ ସହ ଅନ୍ୟ ସବୁ ସହରରେ ଶାନ୍ତି ରହିଥିଲା।

ବେଙ୍ଗାଲୁରୁ ପ୍ରଶାସନ ସ୍କୁଲ ଏବଂ କଲେଜ ନିକଟରେ ଆନ୍ଦୋଳନ କରିବାକୁ ଛାତ୍ରୀଛାତ୍ରଙ୍କୁ ମନା କରିଛି । ହିଜାବ ପିନ୍ଧୁଥିବା ଛାତ୍ରୀଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ କହିଛନ୍ତି, ସେମାନଙ୍କୁ ତାଙ୍କର ଆସ୍ଥାର ପାଳନ କରିବାକୁ ଦିଆଯିବା ଦରକାର । ହିଜାବ ଉପରେ ବିବାଦ ସୃଷ୍ଟି କରି ଛାତ୍ରୀମାନଙ୍କୁ ଶିକ୍ଷାର ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରାଯାଉଛି । ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଆଟର୍ଣ୍ଣିଂ ଜେନେରାଲ ଏହାର ବିରୋଧ କରି କହିଛନ୍ତି, ସ୍କୁଲ ଏବଂ କଲେଜ ପାଖରେ ନିୟମକୁ ନେଇ ସ୍ୱାଧୀନତା ରହିଛି । ସେ କହିଛନ୍ତି ପ୍ରତ୍ୟେକ ସଂସ୍ଥାକୁ ସ୍ୱାଧୀନତା ଦିଆଯାଇଛି । ରାଜ୍ୟ ସରକାର ସ୍କୁଲରେ ୟୁନିଫର୍ମକୁ ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ।

ଅନ୍ୟପଟେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ସ୍କୁଲ ଯିବାକୁ ଅନ୍ତରିଣ ଅନୁମିତ ଦେବାକୁ ଅପିଲ କରିଥିଲେ। ଏହାପରେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ ନିଜ ରାୟରେ କହିଥିଲେ, ଅନ୍ତରିଣ ଆଶ୍ୱସ୍ତି ଉପରେ ମଧ୍ୟ ବଡ ବେଞ୍ଚ ନିଷ୍ପତ୍ତି ନେବ।

Related Articles

Back to top button