Featuredଜାତୀୟରାଜନୀତି

ରେଡ ପରେ ଲାଲୁଙ୍କ ପରିବାରରୁ ମିଳିଲା ୬ଶହ କୋଟି ଟଙ୍କାର ସଂପତି : ଇଡି

ଲ୍ୟାଣ୍ଡ ଫର ଜବ ସ୍କାମ ମାମଲାରେ ଆରଜେଡି ନେତା ତଥା ବିହାରର ପୂର୍ବତନ ମ୍ରୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ଉପରେ ଇଡି ରେଡ କରିଛି । ଶୁକ୍ରବାର ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କ ୨୪ଟି ଠିକଣାରେ ଇଡି ଚଢ଼ାଉ ହୋଇଥିଲା । ସୋମବାରଦିନ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ସିବିଆଇ ଜେରା କରିଥିଲା । ଏହାପରେ ଇଡି ରେଡ କରିଛି ।

୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଲାଲୁଙ୍କ ପରିବାରରୁ ୬ଶହ କୋଟି ଟଙ୍କାର ସଂପତି ଠାବ ହୋଇଥିବା ଇଡି ଦାବି କରିଛି । ଏହି ଦୁର୍ନୀତି ମାମଲାରେ ଚଢାଉ ବେଳେ ତେଜସ୍ୱୀ ଓ ତାଙ୍କ ଭଉଣୀଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଜବତ ହୋଇଥିବା ଦାବି କରିଛି ଇଡି । ତେଜସ୍ୱୀ ଯାଦବଙ୍କୁ ସମନ ପାଇଁ ସିବିଆଇ ନୋଟିସ ପଠାଇଥିଲେ ବି ସେ ହାଜର ହୋଇନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com