ଓଡ଼ିଶା
ଦୁଇ IAS ଅଧିକାରୀଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି
![](https://i0.wp.com/odia.mobilenews24x7.com/wp-content/uploads/2022/02/ias.jpg?resize=600%2C400&ssl=1)
ଭୁବନେଶ୍ୱର() ଓଡ଼ିଶା କ୍ୟାଡରର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେମାନେ ହେଲେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଏସଡି ଭାବେ ଦାୟିତ୍ୱ ମିଳିଛି । ଆସନ୍ତା ମାର୍ଚ୍ଚ ୩୧ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ସେହିପରି ଆରତୀଙ୍କୁ କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏ ବାବଦରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ।