କ୍ରୀଡ଼ା

ଟେଷ୍ଟ୍ ଅଧିନାୟକଙ୍କ ନାଁ ଘୋଷଣା ପୂର୍ବରୁ ଇସ୍ତଫା ଦେଲେ ଚୟନକର୍ତ୍ତା, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ () ବିସିସିଆଇ ଚୟନକର୍ତ୍ତା ସମିତି ଆଗାମୀ କିଛି ଦିନରେ ଟେଷ୍ଟ୍ ଅଧିନାୟକଙ୍କ ନାଁ ଘୋଷଣା କରିବ । ଏହାସହ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ । ତେବେ ଏହା ପୂର୍ବରୁ ଜଣେ ଚୟନକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଚୟନକର୍ତ୍ତା ଆବେ କୁରୁଭିଲ୍ଲା କମିଟି ଛାଡିଛନ୍ତି । ସେ ଚେତନ ଶର୍ମାଙ୍କ ନେତୃତ୍ୱାଧିନ କମିଟିର ସଦସ୍ୟ ଥିଲେ । ଆବେଙ୍କ ପରେ ଏବେ କମିଟିରେ ମାତ୍ର ୪ ଜଣ ସଦସ୍ୟ ରହିଛନ୍ତି ।

ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ଆବେ ୨୦୨୦ ଡିସେମ୍ବରରେ ଭାରତୀୟ ଦଳର ଓ୍ୱେଷ୍ଟ୍ ଜୋନର ଚୟନକର୍ତ୍ତା ହୋଇଥିଲେ । ଏହାପୂର୍ବରୁ ସେ ଜୁନିଅର ସିଲେକ୍ସନ କମିଟିର ଚେୟାରମ୍ୟାନ୍ ଥିଲେ । ଏହି ପଦରେ ସେ ୪ ବର୍ଷ ରହିଥିଲେ । ସେ ଦାୟିତ୍ୱରେ ଥିବା ବେଳେ ୨୦୧୨ରେ ଭାରତୀୟ ଦଳ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା । ଏପରି ଭାବେ ସେ ଚୟନ କମିଟିରେ ୫ ବର୍ଷ ପୂରଣ କରିଥିଲେ । ତେଣୁ ତାଙ୍କୁ ପଦ ଛାଡିବାକୁ ପଡିଛି ।

ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ, କେହି ବ୍ୟକ୍ତି ୫ ବର୍ଷରୁ ଅଧିକ ସମୟ ଧରି କ୍ରିକେଟ କମିଟିରେ ରହିପାରିବେ ନାହିଁ । ତେଣୁ ଆବେ ପଦ ଛାଡିଛନ୍ତି । କାରଣ ଉଭୟ କାର୍ଯ୍ୟକାଳ ମିଶାଇ ସେ ୫ ବର୍ଷ ପୂରଣ କରିଛନ୍ତି । ତେବେ ତାଙ୍କୁ ବିସିସିଆଇ କୌଣସି ନୂଆ ଦାୟିତ୍ୱ ଦେଇପାରେ ।

ଏଖ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ବିସିସିଆଇର ଅନେକ ଅଧିକାରୀ ନୂଆ ନିୟମ ବାବଦରେ ଅବଗତ ନାହାଁନ୍ତି । ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ପ୍ରଥମେ ଅଭିଯୋଗ କଲା ପରେ ନିୟମ ବାବଦରେ ଜଣାପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com