ଓଡ଼ିଶା

ରାସ୍ତା ପାର ବେଳେ ଧକ୍କା ଦେଲା ପଲସର୍, ଜଣେ ବ୍ୟକ୍ତି ଗୁରୁତର

ଭୁବନେଶ୍ବର: ପତ୍ନୀଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ବ୍ୟକ୍ତି । ଭୁବନେଶ୍ବର ଶୈଳଶ୍ରୀ ବିହାରରେ ରାସ୍ତା ପାର ହେଉଥିବା ସମୟରେ ଧକ୍କା ଦେଇଥିଲା ପଲସର ବାଇକ୍ । ଫଳରେ ଘଟଣାସ୍ଥଳରେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇଯାଇଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକଙ୍କୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଶୈଳଶ୍ରୀ ବିହାରରେ ରାସ୍ତା ପାର ହେଉଥିବା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇ ରାସ୍ତା ପାର ହେଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପଲସର ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ମହମ୍ମଦ ଅଖତୁର ।

ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀଙ୍କୁ ଧରି ପକାଇଥିଲେ ଲୋକେ । ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖିଥିଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ପୋଲିସଙ୍କୁ ଘେରି ଯାଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com