ଅନ୍ୟାନ୍ୟ

ବେଆଇନ ଗୋରୁ ଚମଡା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍

ଭୁବନେଶ୍ୱର: ହାଇଦ୍ରାବାଦରୁ କଲିକତା ଭାୟା ଭୁବନେଶ୍ୱର । ବେଆଇନ ଗୋରୁ ଚମଡା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍ । ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳରୁ ଗୋରୁ ଚମଡା ବୋଝେଇ ଟ୍ରକକୁ ଅଟକାଇଲେ ସ୍ଥାନୀୟ ଲୋକେ । ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ପାଖରେ ଧରିଲେ ସାଧାରଣ ଲୋକ  ।
ସୂଚନା ମୁତାବକ ଚମଡା ବୋଝେଇ ଟ୍ରକ ଆସୁଥିବା ଆଗୁଆ ଖବର ପାଇଥିଲେ କିଛି ଲୋକ  । ଗାଡିଟି ଉକ୍ତ ସ୍ଥାନ ଅତିକ୍ରମ କଲାବେଳେ ସ୍ଥାନୀୟ ଲୋକେ ଗାଡିଟି ଅଟକାଇଥିଲେ  ।  ପରେ ଏଥିରେ ପାଖାପାଖି 25 ଟନ ଗୋରୁ ଚମଡା ଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । 2 ଜଣ ଗାଡି ଚଳକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com