ସ୍ୱାସ୍ଥ୍ୟ
କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଚୀନ୍ର ହସ୍ପିଟାଲଗୁଡ଼ିକରେ ଆଇସିୟୁ ସଂଖ୍ୟା ବୃଦ୍ଧି କରାଯାଇଛି

ବେଜିଂ: ଚୀନ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ସରକାର ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାରେ ବୃଦ୍ଧି ଘଟାଇବା ସହ ଆଇସିୟୁ ସଂଖ୍ୟା ବଢ଼ାଇଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗ ସରକାର କୋଭିଡ୍ ସଂକ୍ରମଣ ରୋକିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଶାସକ କମ୍ୟୁନିଷ୍ଟ ଦଳ ଦୋକାନବଜାର ଓ ଯାତାୟାତ ଆଦି ବନ୍ଦ ନ କରି ସଂକ୍ରମଣ ବୃଦ୍ଧିକୁ ସହ୍ୟ କରିବ ବୋଲି ଜଣାପଡ଼ିଛି। ଏକ କ୍ୟାବିନେଟ୍ ବୈଠକରେ ହସ୍ପିଟାଲଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା, ଅଧିକ କର୍ମଚାରୀ ନିଯୁକ୍ତି କରିବା, ଆସିୟୁ ସଂଖ୍ୟା ଓ ଔଷଧ ଯୋଗାଣ ବୃଦ୍ଧି କରିବା ଆଦି ଉପରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ବାଧ୍ୟତାମୂଳକ ଟେଷ୍ଟିଂ ବନ୍ଦ ହୋଇଯାଇଥିବାରୁ ବାସ୍ତବରେ କୋଭିଡ୍ ସଂକ୍ରମଣରେ କେତେ ବୃଦ୍ଧି ଘଟିଛି ତାହା ଜଣାପଡ଼ି ନାହିଁ।