ଜାତୀୟରାଜନୀତି

ଗରିବ ମହିଳାଙ୍କୁ ମିଳିବ ମାଗଣା ଏଲପିଜି ଗ୍ୟାସ

ଡେରାଡୁନ () ଆଗକୁ ଆସୁଛି ନିର୍ବାଚନ । ଏଥିଲାଗି ସମସ୍ତ ରାଜନୈତିକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ଉତ୍ତରାଖଣ୍ଡରେ ଆଗକୁ ଥିବା ନିର୍ବାଚନ ପାଇଁ ଇସ୍ତାହାର ଜାରି ହୋଇଛି । ବୁଧବାର ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି ହୋଇଥିବା ବେଳେ, ଘୋଷଣା ପତ୍ରରେ ରୋଜଗାର, ଚାଷୀଙ୍କ ସଶକ୍ତିକରଣ ଓ ଭିତ୍ତିଭୂମି ବିକାଶକୁ ଫୋକସ କରାଯାଇଛି । ଖାଲିସେତିକି ନୁହେଁ ମହିଳା ଓ ଦେଶାନ୍ତରୀକରଣକୁ ରୋକିବାକୁ ମଧ୍ୟ ବିଜେପି ଇସ୍ତାହାରରେ କହିଛି । ରାଜ୍ୟରେ ଅନେକ ବିକାଶର କାମ କରିଛୁ ବୋଲି ବିଜେପି ଦୃଢ଼ୋକ୍ତି ବାଢ଼ିବା ସହ ଗରିବ ମହିଳାଙ୍କୁ ୩ଟି ମାଗଣା ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଆସନ୍ତା ତିନି ବର୍ଷ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଶୁକ୍ଳ ବୃଦ୍ଧି କରାଯିବ ନାହିଁ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com