ଜାତୀୟରାଜନୀତି

ଆସାମ ପୌର ନିର୍ବାଚନରେ ବିଜେପିର ବାଜିମାତ୍, ୟୁପି ରେଜଲ୍ଟକୁ ଅପେକ୍ଷା

ଇମ୍ଫାଲ: ଆସନ୍ତାକାଲି ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜେପି ପାଇଁ ଆସିଛି ଏକ ଖବର । ଆସାମ ମୁୃନିସିପାଲ ନିର୍ବାଚନରେ ବାଜିମାତ କରିଛି ବିଜେପି । ମୋଟ ୮୦ ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ ରେ ବିଜୟୀ ହୋଇ କ୍ଲିନ୍ ସୁଇପ୍ କରିଛି । ଏହା ସହ ବିଜେପି ସହଯୋଗୀ ଆସାମ ଗଣ ପରିଷଦ ହାତରେ ୨ ଟି ଆସନ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟି ରେ ବିଜୟୀ ହୋଇଛନ୍ତି । ସେପଟେ ଆମ ଆଦମୀ ପାର୍ଟୀ ମଧ୍ୟ ଦୁଇଟି ୱାର୍ଡରେ ବିଜୟୀ ହୋଇ ଖାତା ଖୋଲିଛି । ଗତ ରବିବାର ହୋଇଥିବା ପୌର ନିର୍ବାଚନରେ ୭୦ % ପ୍ରତିଶତ ନିର୍ବାଚନ ହୋଇଥିଲା ।
ଆସାମ ନଗର ନିଗମରେ ୮୦ ବୋର୍ଡ ରହିଛି । ଏହି ୮୦ ବୋର୍ଡରେ ୯୨୦ ୱାର୍ଡ ପାଇଁ ମତଦାନ ହୋଇଥିଲା । ସେଥିରୁ ୫୭ ୱାର୍ଡରେ ପ୍ରାର୍ଥୀ ନିନ୍ଦ୍ୱର୍ନ୍ଦ ଚୟନ ହୋଇଥିଲେ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହୋଇଥିଲା । ବୁଧବାର ଭୋଟ ଗଣତି ଫଳାଫଳ ଆସିଛି ।
ଉଲ୍ଲେଖଯୋଗ୍ୟ, ଆସମରେ ପ୍ରଥମ ଥର ମହାନଗର ନିର୍ବାଚନ ପାଇଁ ବାଲାଟ ପେପର ବଦଳରେ ଇଭିଏମର ବ୍ୟବହାର କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com