କ୍ରୀଡ଼ା

‘ଭାଗ୍ୟ ବିରାଟ କୋହଲିଙ୍କ ସାଥିରେ ନାହିଁ’ : ଏମିତି କାହିଁକି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ () ଲଗାତର ବିଫଳ ହେଉଛନ୍ତି ବିରାଟ କୋହଲି । ଚାଲୁନି ବ୍ୟାଟ୍ । ବାହାରୁନି ରନ୍ । ଯାହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢିଯାଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦୁଇଟି ଦିନିକିଆରେ ବିରାଟ ଫେଲ୍ ମାରିଥିଲେ । ପ୍ରଥମ ଦିନିକିଆରେ ମାତ୍ର ୮ ରନ୍ କରିଥିଲେ ରନ୍ ମେସିନ୍ ବିରାଟ । ଅନେକ ମ୍ୟାଚ୍ ଖେଳିଥିଲେ ବି ସେ ୭୧ତମ ଶତକ ପୂରଣ କରିପାରୁ ନାହାଁନ୍ତି । ତେବେ ବିରାଟଙ୍କ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁନୀଲ ଗାଭାସ୍କର ।
ଗାଭାସ୍କର କହିଛନ୍ତି ଯେ, ବଡ ପାଳି ଖେଳିବାକୁ ଊାଗ୍ୟ ସାଥ୍ ଦେବା ଦରକାର । ସବୁ ବ୍ୟାଟସମ୍ୟାନଙ୍କୁ ଅଳ୍ପ ବହୁତ ଭାଗ୍ୟର ସହଯୋଗ ଦରକାର । ଯଦି ଭାଗ୍ୟ ଭଲ ଥାଏ ତେବେ ଫିଲ୍ଡର କ୍ୟାଚ୍ ମିସ୍ କରନ୍ତି । ନହଲେ ବ୍ୟାଟରେ ଅଳ୍ପ ବଲ୍ ବାଜିଲେ ବି ଫିଲ୍ଡର ବଲ୍ ଧରି ପକାନ୍ତି ।
ସେହିପରି ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବଲର ଇଆନ ବିଶପ୍ କହିଛନ୍ତି ଯେ, ଇଣ୍ଡିଜ ବୋଲର ବିରାଟଙ୍କ ବିପକ୍ଷରେ ଭଲ ବୋଲିଂ କରିଛନ୍ତି । ବୋଲର ସଟ୍ ବଲକୁ ଭଲ ବୋଲିଂ କରିଥିଲେ । ଓଡିୟନ ସ୍ମିଥ୍ ବିରାଟଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଥିଲେ ।

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି ୧୮ ରନ୍ କରିଥିବା ବେଳେ ଓଡିୟନ ସ୍ମିଥଙ୍କ ଶିକାର ହୋଇଥିଲେ । ବିରାଟଙ୍କ ବ୍ୟାଟରୁ ଶେଷ ଦିନିକିଆ ଶତକ ୨୦୧୯ରେ ବାହାରିଥିଲା । ତା ପରଠୁ ବିରାଟ ବଡ ପାଳି ଖେଳିବାରେ ଲଗାତର ବିଫଳ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com