ଓଡ଼ିଶା

ପ୍ୟାରିସ ଅଲିମ୍ପିକ୍ସ ପରେ ବାନ୍ଧବୀଙ୍କୁ ବିବାହ କରିବେ ଦୂତି

ଭୁବନେଶ୍ବର: ଆସୁଛି ପ୍ରେମ ଋତୁ ଭାଲେନ୍‌ଣ୍ଟାଇନ୍ସ ଡେ’ର ମାହୋଲ। ଏହି ଇଂରାଜୀ ଉତ୍ସବକୁ ଆମ ଦେଶର ଯୁବପିଢ଼ି ସପ୍ତାହବ୍ୟାପୀ ପାଳନ କରୁଥିବା ଏକ ପ୍ରକାର ସାଧାରଣ ଘଟଣା ପାଲଟିଗଲାଣି। ଅନେକ ଅନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ଲୁଚାଛପାରେ ସବୁବେଳେ ସଫଳ ହେଉଛି ଏହି ଦିବସ। ଏପରି ଏକ ଦିବସକୁ ଦେଶର ଶ୍ରେଷ୍ଠ ଧାବିକା ଦୂତି ଚାନ୍ଦ ଓ ତାଙ୍କ ବାନ୍ଧବୀ ମୋନାଲିସା ସାହୁ ମଧ୍ୟ ବେସ୍ ଧୁମଧାମରେ ପାଳନ କରନ୍ତି। ଏଥର ସେମାନଙ୍କ ଭାଲେନ୍‌ଣ୍ଟାଇନ୍ସ ଦିବସ ହେବ ନିଆରା। ରାଜ୍ୟର ଅଗ୍ରଣୀ ପାରିବାରିକ ପତ୍ରିକା କାଦମ୍ବିନୀ ତା’ର ପ୍ରଚ୍ଛଦ ପୃଷ୍ଠାରେ କିଛି ଭିନ୍ନ କରିବା ଉଦେଶ୍ୟରେ ବାଛିଛି ଏହି ଦୁଇ ପ୍ରେମ ପକ୍ଷୀଙ୍କୁ। କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ।

ନିକଟରେ କିଟ୍ ରୋଜ୍‌ ଗାର୍ଡେନ୍‌ ମଧ୍ୟରେ ସମ୍ପନ୍ନ ହୋଇଛି କାଦମ୍ବିନୀ ପ୍ରଚ୍ଛଦର ଫଟୋସୁଟ୍‌। ଧାବିକା ଦୂତି ଓ ତାଙ୍କ ବାନ୍ଧବୀ ପ୍ରାକ୍‌ ବିବାହ ଶୈଳୀରେ ପୋଷାକ ପିନ୍ଧି ସଜେଇ ହୋଇ କରିଛନ୍ତି ଫଟୋ ସୁଟ୍। କାଦମ୍ବିନୀର ସଂପାଦିକା ଡକ୍ଟର ଇତି ସାମନ୍ତଙ୍କ ପରିକଳ୍ପନାରେ ଫଟୋଗ୍ରାଫି କରିଛନ୍ତି ମାନସ ରଂଜନ ରଥ। ସୁଟିଂ ଅବସରରେ ଉଭୟ ପ୍ରେମୀଯୁଗଳ କହିଛନ୍ତି ସେମାନେ ଆଗାମୀ ଦିନରେ ପରସ୍ପରକୁ ବିବାହ କରିବେ। କେବଳ ଅପେକ୍ଷା ରହିଛି ଦୂତିଙ୍କ ୨୦୨୪ ‌ପ୍ୟାରିସ୍‌ ଅଲିମ୍ପିକ୍ସକୁ। ପ୍ୟାରିସ୍‌ ଅଲିମ୍ପିକ୍ସ ଶେଷ ହେବା ହେବାପରେ ସେମାନେ ବିବାହ କରିବେ ବୋଲି ଦୂତି ପ୍ରକାଶ କରିଛନ୍ତି। ଏପରି ସେମାନେ ଏବେବି ଏକାଠି ହୋଇ ରହୁଛନ୍ତି ମାତ୍ର ସମାଜର ରୀତିନୀତି ଅନୁଯାୟୀ ବେଦିରେ ବସି ଶଙ୍ଖା ଓ ସିନ୍ଦୁର ପିନ୍ଧି ବିବାହ କରିବେ। ଉଭୟଙ୍କର ୨୦୧୭ ଖୁଦୁରୁକୁଣୀ ପୂଜାରେ ପ୍ରଥମଥର ଦେଖାହୁଏ ଦୂତିଙ୍କ ଗ୍ରାମରେ। ସେଇଠାରୁ ପରସ୍ପରକୁ ଭଲ ପାଇଯାଆନ୍ତି। ହେଲେ ଦୂତିଙ୍କୁ ହଁ କହିବା ପାଇଁ ଲାଗିଗଲା ଏକ ବର୍ଷ। ତା’ପରେ ସେମାନେ ଏକାଠି ହୋଇ ରହିବା ଆରମ୍ଭ କଲେ। ଏହାକୁ ନେଇ ଅନେକ ବିବାଦ ମଧ୍ୟ ଉଠିଲା। ସମଲିଙ୍ଗୀ ବିଷୟ ନେଇ ଅନେକ ଆଲୋଚନା ସମାଲୋଚନା ହେଲା। ସମାଜ ନିନ୍ଦାକୁ ସେମାନେ କିନ୍ତୁ ଖାତିର ନକରି ଖୁଲମ ଖୁଲା ହୋଇ ପରସ୍ପରକୁ ସ୍ବୀକାର କଲେ। ଦୂତି ପ୍ରଥମ କ୍ରୀଡ଼ାବିତ୍ ଭାବେ ସମଲିଙ୍ଗୀ ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରି ନିଜ ସାହାସ‌ ଦେଖାଇବା ପରେ ବିବାଦର ଅବସାନ ଘଟିଥିଲା। ସେମାନଙ୍କ ମଧ୍ୟରେ ଭଲପାଇବା ଅଛି ବୋଲି ସେମା‌େନ‌ ଦୁନିଆ ଆଗକୁ ଆସିଲେ। ଘର ପାରିବାର ସମସ୍ତଙ୍କୁ ଆହ୍ବାନ କଲେ। ପ୍ରତିଟି ଭାଲେନଣ୍ଟାଇନ୍ସ ଡେ’ରେ ସବୁ ଦିନ ଉପହାର ଦେଇ ଦୂତି ତାଙ୍କ ପ୍ରେମକୁ ପାଳନ ମଧ୍ୟ କରନ୍ତି ବୋଲି ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com