
ନିଜ ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ । ତାଙ୍କ ଡ୍ରେସ୍ ଡିଜାଇନ୍ ଏବଂ ତାଙ୍କର ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍ ଆକର୍ଷିତ କରିଥାଏ। ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଏକ ଅସୁବିଧାରେ ପଡ଼ି ଯାଇଛନ୍ତି ଉର୍ଫି। ମୁମ୍ବାଇର ଆନ୍ଧେରି ପୋଲିସ ଷ୍ଟେସନରେ ଉର୍ଫିଙ୍କ ବିରୋଧରେ ଅଭିଯୋଗ ହୋଇଛି। ଓକିଲ ଅଲି କାଶୀଫ ଖାନ ଦେଶମୁଖ ଲିଖିତ ଭାବେ ଆବେଦନ କରିଛନ୍ତି। ସମାଜକୁ ଖରାପ ଦିଗ ଦର୍ଶନ ଦେବା ସହ ଅଶ୍ଳୀଳତା ସୀମା ଟପିଥିବାରୁ ତାଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଦୁଇ ଦିନ ପୂର୍ବେ ସେ ଏହି ଆବେଦନ ଗ୍ରହଣ କରିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଲେଖକ ଚେତନ ଭଗତ ଉର୍ଫିଙ୍କ ପୋଷାକ ବିଷୟରେ କହିଥିଲେ । ସେପଟେ, ଏହାର କଡା ଜବାବ୍ ଦେଇଥିଲେ ଉର୍ଫି । ସେ ତାଙ୍କର ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ଅନେକ ଫଟୋ ସେୟାର କରି ଚେତନଙ୍କୁ ଟାର୍ଗେଟ କରିଥିଲେ। ଏବଂ ସେ ଲେଖିଥିଲେ ଯେ, ‘ପ୍ରିୟ ଚେତନ ଭାଗତ, ଉର୍ଫି ଜାଭେଦ ଫଟୋ ଯୁବକମାନଙ୍କୁ ବିଭ୍ରାନ୍ତ କରେ ନାହିଁ ଯେପରି ମାମୁଁମାନେ ଅନାବଶ୍ୟକ ଜ୍ଞାନ ଦିଅନ୍ତି।’ ସେ କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ଇନଷ୍ଟାଗ୍ରାମ କିମ୍ବା ଓ୍ବାଟସପ୍ ରେ ବୟସ୍କ ଲୋକମାନେ ନିଜ ଝିଅ ବୟସର ଝିଅଙ୍କୁ ମେସଜ୍ କରନ୍ତି , ସେତେବେଳେ ଝିଅମାନଙ୍କର ପୋଷାକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିଥାଏ।’