ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୫୩୯ କରୋନା ପଜିଟିଭ ଚିହ୍ନଟ, ୩୪୨ ଜଣ ୧୮ ବର୍ଷରୁ କମ୍ ବର୍ଗର
ଭୁବନେଶ୍ବର() ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୯୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 11th Feb
New Positive Cases: 1539
Of which 0-18 years: 342
In quarantine: 897
Local contacts: 642(Details of local contacts will be shared by concerned District)
1. Angul: 119
2. Balasore: 40
3. Bargarh: 23
4. Bhadrak: 25
5. Balangir: 10
6. Boudh: 27— I & PR Department, Odisha (@IPR_Odisha) February 12, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୯ ଜଣ, ବାଲେଶ୍ୱରରୁ ୪୦ ଜଣ, ବରଗଡ଼ରୁ ୨୩ ଜଣ, ଭଦ୍ରକରୁ ୨୫ ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧ ଜିଲ୍ଲାରୁ ୨୭, କଟକରୁ ୮୫ ଜଣ, ଦେବଗଡ଼ରୁ ୩୭ ଜଣ, ଢେଙ୍କାନାଳରୁ ୧୧ ଜଣ, ଗଜପତିରୁ ୪୪, ଗଞ୍ଜାମରୁ ୫୫ ଜଣ, ଜଗତସିଂହପୁରରୁ ୩୫ ଜଣ, ଯାଜପୁରରୁ ୫୦ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୩୮ ଜଣ, କେଉଁଝରରୁ ୫୩ ଜଣ, ଖୋର୍ଦ୍ଧାରୁ ୨୨୩ ଜଣ, କୋରାପୁଟରୁ ୭୨ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୫୩ ଜଣ, ନବରଙ୍ଗପୁରରୁ ୩୨, ନୟାଗଡ଼ରୁ ୩୬ ଜଣ, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୩୩ ଜଣ, ରାୟଗଡ଼ାରୁ ୭୫ ଜଣ, ସମ୍ୱଲପୁରରୁ ୬୫ ଜଣ, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୧୨୪ ଜଣ ଓ ଷ୍ଟେଟ ପୁଲରୁ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୬,୧୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୫୩, ୯୧୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩, ୨୮୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।