ଓଡ଼ିଶା

ମାଓ କ୍ୟାମ୍ପ ଧ୍ୱଂସ କଲେ ଜଙ୍ଗଲ ସୁରକ୍ଷା ବାହିନୀ

ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ମାଓ କ୍ୟାମ୍ପ ଧ୍ୱଂସ କଲେ ଜଙ୍ଗଲ ସୁରକ୍ଷା ବାହିନୀ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ଏହି ଗୁଳିବିନିମୟ ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ଫା ଜଙ୍ଗଲରେ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ସୁରକ୍ଷା ବାହିନୀ ଏକ ବଡ ସଫଳତା ହାସଲ କରିଛନ୍ତି । ମାଓ କ୍ୟାମ୍ପ ଧ୍ୱଂସ କରିବା ଫଳରେ ଅନେକ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୁରକ୍ଷା ବାହିନୀ ମାଓ ସାମଗ୍ରୀ ଜବତ କରିଛି ।ସୂଚନା ଅନୁଯାୟୀ,ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ଫା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ଖବର ପାଇଥିଲେ ସୁରକ୍ଷା କର୍ମୀ । ଏହାପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ଜଙ୍ଗଲ ଭିତରେ ସୁରକ୍ଷା କର୍ମୀଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷା କର୍ମୀ ଗୁଳିର ଜବାବ ଦେବା ପାଇଁ ଗୁଳିଚାଳନା କରିଥିଲେ । ଏହା ପରେ ଦୀର୍ଘ ସମୟ ଧରି ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଶେଷରେ ସୁଯୋଗ ଦେଖି ୨୫ରୁ ୩୦ ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଠାବ କରି ଧ୍ୱଂସ କରିଦେଇଛନ୍ତି ସୁରକ୍ଷାକର୍ମୀ। ଏଥିସହ ଲ୍ୟାଣ୍ଡମାଇନ୍‌ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା କର୍ମୀ । ଏଥିସହ ସୁରକ୍ଷା କର୍ମୀ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା କର୍ମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com