ଓଡ଼ିଶା

ରେଳଧାରଣାରୁ ମିଳିଲା ଦୁଇ ମୃତଦେହ, ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା !

କଣ୍ଟାବାଞ୍ଜି: ରେଳଧାରଣୀରୁ ଦୁଇ ମୃତଦେହ ଠାବ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଥିବା ଜଣାପଡିଛି । ପ୍ରେମ ବ୍ୟାପାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ । ବଲାଙ୍ଗୀର ମୁରିବାହାଲ ସାଲେପଡା ରେଳଧାରଣାରୁ ମିଳିଲା ମୃତଦେହ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସାଲେପଡ଼ା ରେଳଧାରଣାରେ ୨ଜଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣାରେ ପଡିଥିବା ୨ଟି ମୃତଦେହକୁ ଜବତ କରିଛି । ତେବେ ମୃତକ ଜଣେ ମହିଳା ଏବଂ ଜଣେ ଯୁବକ ଥିବା ସୂଚନା ରହିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com