ଓଡ଼ିଶା

ଗଞ୍ଜାମରେ ଚାଲିଛି ପଞ୍ଚାମ ପର୍ଯ୍ୟାୟ ଭୋଟ୍: ମତଦାନ କଲେ, ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ ଆସିକା ସାଂସଦ

ଖଲ୍ଲିକୋଟ() ଗଞ୍ଜାମ ଜିଲ୍ଲାରେ ଆଜି ପଂଚାୟତ ନିର୍ବାଚନ ଲାଗି ପଂଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ ଟି ବ୍ଲକରେ ପଂଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି । ତେବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମତଦାନ ସମୟରେ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସମସ୍ତେ ନିଜ ନିଜର ଯୋଗ୍ୟ ପ୍ରାଥୀ ପାଇଁ ଭୋଟ ଦେବା ଜରୁରୀ ବୋଲି କହିଛନ୍ତି । ଆଜି ଜିଲ୍ଲାର ୧୦ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୩୩ ଜଣ ପ୍ରାର୍ଥୀଙ୍କ ସମେତ ୭୨ ପଚାଂୟତର ୨୪୮ ସରପଂଚ ଓ ୧୯୨ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସମୁଦାୟ ୧୦୫୧ ଟି ବୁଥରେ ୩ ଲକ୍ଷ ୪୨ ହଜାର ୮୦୯ ଜଣ ଭୋଟର୍ ମତଦାନ କରିବେ ।

ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୦ ହଜାର ୫୫୧ ଜଣ ପୁରୁଷ, ୧ ଲକ୍ଷ ୬୨ ହଜାର ୨୨୧ ମହିଳା ଏବଂ ୩୭ ଜଣ ଅନ୍ୟାନ୍ୟ ଭୋଟର୍ ରହିଛନ୍ତି । ୧୦୫୧ ଟି ବୁଥ୍ ମଧ୍ୟରୁ ୭୦ ଟି ସମ୍ବେଦନଶୀଳ ହୋଇଥିବା ବେଳେ ୭୬ ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି । ବେଗୁନିଆପଡା ବ୍ଲକରେ ୨୩ ପଚାଂୟତ, ୩ଟି ଜିଲାପରିଷଦ ଜୋନ ଓ ୩୨୮ରେ ଓ୍ୱାର୍ଡ ରହିଥିବା ବେଳେ ୧ଲକ୍ଷ ୬୧୮୮ ଭୋଟର, ଆସିକା ବ୍ଲକରେ ୨୭ଟି ପଚାଂୟତ , ୪ଟି ଜିଲା ପରିଷଦ ଜୋନ ୪୦୨ ଟି ୱାର୍ଡ ରେ ୧ଲକ୍ଷ ୨୭୬୫୫ ଭୋଟର ।

ଭଞ୍ଜନଗରରେ ୨୨ ଟି ପଚାଂୟତ ୩ଟି ଜିଲାପରିଷଦ ଜୋନ ଓ ୩୨୧ ଟି ୱାର୍ଡ ରେ ୧ଲକ୍ଷ ୮୯୬୬ ଭୋଟର ରହିଛନ୍ତି । ସମସ୍ତ ବୁଥ୍ ବ୍ରହ୍ମପୁର ପୁଲିସ ଜିଲ୍ଲା ଓ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ କଡା ବ୍ୟବସ୍ଥା ହାତକୁ ନିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ବିଭିନ୍ନ ଭୋଟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com