ଓଡ଼ିଶା

କଟକରେ ଅତ୍ୟାଧୁନିକ ମିଠା କାରଖାନା ଉଦଘାଟିତ

କଟକ() କଟକ ସହରରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ମିଠା କାରଖାନା । ଅତ୍ୟାଧୁନିକ ଯନ୍ତ୍ରପାତି ସହ ଉନ୍ନତମାନର ଜ୍ଞାନକୌଶଳରେ ତିଆରି ହେବ ବିଭିନ୍ନ ପ୍ରକାରର ମିଠା। ରାଣୀହାଟ ଠାରେ ଥିବା କଟକ ସୁଇଟ୍ସ ଷ୍ଟଲ ଦ୍ୱାରା ଏହି କାରଖାନା ଆରମ୍ଭ କରାଯାଇଛି। ଯାହା ଦ୍ୱାରା କମ ଶ୍ରମ ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖୁବ କମ ସମୟ ମଧ୍ୟରେ ଭଲ ମିଠା ତିଆରି କରାଯାଇପାରିବ। ଏହା ସହ ଏହି କାରଖାନାକୁ ବୁଲି ସମସ୍ତ ଜିନିଷ ମଧ୍ୟ ଯାଞ୍ଚ କରିଥିଲା ସିଏମସିର ଖାଦ୍ୟସୁରକ୍ଷା ଟିମ୍ ।

ବିଶେଷ କରି ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଥିବା ଅଶ୍ୱଛ ଓ ଅପ ମିଶ୍ରଣ ମିଠା ଚିନ୍ତାକୁ ହ୍ରାସ କରିବ ଏହି ଅତ୍ୟାଧୁନିକ କାରଖାନା। କାରଣ ଏହାର ଉପରେ ଖାଦ୍ୟ ସୁରକ୍ଷା ଟିମର ସମ୍ପୂର୍ଣ୍ଣ ନଜର ରଖା ଯାଇପାରିବ। ଏହିଭଳି ଅତ୍ୟାଧୁନିକ କାରଖାନା ଗୁଡିକରୁ ଯଦି ଖାଉଟି ମାନେ ମିଠା କିଣି ଖାଇବେ ତେବେ କୌଣସି ଚିନ୍ତାର କାରଣ ନାହିଁ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର।

Related Articles

Back to top button
WP Twitter Auto Publish Powered By : XYZScripts.com