ଅନ୍ତର୍ଜାତୀୟ
ପାକିସ୍ତାନ ଖେଳାଳି ଅସଦ ଶଫିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି

ପାକିସ୍ତାନ ଖେଳାଳି ଅସଦ ଶଫିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଅସଦ ଦୀର୍ଘ ସମୟ ଧରି ପାକିସ୍ତାନ କ୍ରିକେଟ ଦଳରୁ ବାହାରେ ଥିଲେ। ଅବସର ସମ୍ପର୍କରେ ସେ କହିଛନ୍ତି, କ୍ରିକେଟ ପ୍ରତି ତାଙ୍କର ଆଉ ଉତ୍ସାହ ନାହିଁ।
୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିବା ଅସଦ ଶଫିକ ତାଙ୍କ କ୍ୟାରିୟରରେ ୭୭ ଟି ଟେଷ୍ଟ, ୬୦ଟି ଦିନିକିଆ ଏବଂ ୧୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।