Featuredରାଜନୀତି

ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା

ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

ମାତ୍ର ଉକ୍ତ ଚର୍ଚ୍ଚାକୁ ଶ୍ରୀ ସିଂହ ଖଣ୍ଡନ କରି ନଥିଲେ । ସିଂହଙ୍କ ଇସ୍ତଫା ନେଇ ଗତ ୭ ତାରିଖ ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା । ତେବେ ବିଧାନସଭା ସଚିବାଳୟ କିମ୍ବା ବାଚସ୍ପତିଙ୍କ ନିକଟକୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଇସ୍ତଫା ପତ୍ର ପହଞ୍ଚି ନଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com