ଜାତୀୟ

ଜାତୀୟ ପୁରସ୍କାର ଜିତିଥିବା ଅଭିନେତ୍ରୀ ଲଳିତାଙ୍କ ଦେହାନ୍ତ

କୋଚି() ଦୁଇ ଦୁଇଥର ନିଜର ବଳିଷ୍ଠ ଅଭିନୟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ବରିଷ୍ଠ ଅଭିନେତ୍ରୀ କେପିଏସି ଲଳିତା ଆଉ ନାହାନ୍ତି। ମାଲାୟଲମ ଓ ବିଭିନ୍ନ ଷ୍ଟେଜରେ ନିଜର ଅଭିନୟର ଯାଦୁ ଦେଖାଇଥିବା ୭୪ ବର୍ଷୀୟ ଲଳିତା ଆଜି କେରଳର କୋଚିରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସେ ଦୀର୍ଘ ୫ ଦଶନ୍ଧି ଧରି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ଏହି ସମୟରେ ସେ ୫୫୦ରୁ ଅଧିକ ମାଲାୟଲମ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ। ଲଳିତା ଦୁଇ ଥର ନ୍ୟାଶନାଲ ଫିଲ୍ମ ଆୱାର୍ଡ ଓ ୪ଥର କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି।

୧୯୯୯ରେ ରିଲିଜ ହୋଇଥିବା ଅମରାମ ଓ ୨୦୦୦ ମସିହାରେ ରିଲିଜ ହୋଇଥିବା ଶନାତମ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଏଥିସହ ସେ ୫ ବର୍ଷ ପାଇଁ କେରଳ ସଂଗୀତ ନାଟକ ଏକାଡେମୀର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com