ଓଡ଼ିଶା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, କଡ଼ା ସୁରକ୍ଷାରେ ଚାଲିଛି ମତଦାନ

ଢେଙ୍କାନାଳ() ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଦିନରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକର ଭୋଟ ଗ୍ରହଣ ହେଉଛି । ଭୋଟର ମାନେ ବୁଥକୁ ଯାଇ ସ୍ୱତନ୍ତ୍ର ବାଲାଟ ପେପରରେ ଜିଲ୍ଲା ପରିଷଦ, ସରପଞ୍ଚ , ସମିତି ସଭ୍ୟ ଓ  ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି ।

ତେବେ ଉଭୟ ବ୍ଲକର ୮ଟି ଜିଲ୍ଲା ପରିଷଦ ଆସନ, ୬୪ଟି ପଂଚାୟତରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ  ତଥା ୮୭୨ଟି ୱାର୍ଡ ମେମ୍ବର ପଦବୀ ପାଇଁ  ମତଦାନ ହେବ । ସେଥି ମଧ୍ୟରୁ ମୋଟ ୮୭୨ଟି ବୁଥରୁ ଉଭୟ ବ୍ଲକର ୧୪୬ଟି ବୁଥ ସମ୍ବେଦନଶୀଳ ରହିଛି । ହିନ୍ଦୋଳ ବ୍ଲକ ୩୫ ପଞ୍ଚାୟତ ଓ ଗଁନ୍ଦିଆରେ ୨୯ ପଞ୍ଚାୟତର ମୋଟ ୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ୨୮୪ଜଣ ସରପଞ୍ଚ ଓ ସମିତି ସଭ୍ୟ ଥିବା ବେଳେ ୧୦୫୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଅଛନ୍ତି । ଏଥିପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com