ଓଡ଼ିଶା

ଅଭିନବ ଉପାୟରେ ପ୍ରାର୍ଥୀଙ୍କ ପ୍ରଚାର, ଷ୍ଟାମ୍ପ୍ ପେପର ତଥା ବଣ୍ଡ ପେପରରେ ଦେଉଛନ୍ତି ପ୍ରତିଶ୍ରୁତି

ସୋର() ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପ୍ରତିଶ୍ରୁତିର ପାହାଡ଼ ଦେଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶଗଡ଼ିଆ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାଥୀ ପ୍ରାର୍ଥିନୀ ଏବେ ଷ୍ଟାମ୍ପ ପେପର ତଥା ବଣ୍ଡ ପେପରରେ ପ୍ରତିଶ୍ରୁତି ଦେବା ସହ ଘରେ ଘରେ ଭିକ୍ଷା ଦାନ କରୁଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶଗଡ଼ୀ ପଞ୍ଚାୟତ ଶାରୀଶୁଆ ପାହାଡ଼ ପାଦ ଦେଶରେ ଥିବାବେଳେ ଏହି ପଂଚାୟତରେ ବହୁ ଅନୁସୂଚିତ ଜାତି ଓ ଜନଜାତିମାନେ ବସବାସ କରନ୍ତି । ପଞ୍ଚାୟତରେ ୫ହଜାରରୁ ଅଧିକ ଭୋଟର ଥିବାବେଳେ ସେହିଭଳି ବିକାଶ କାର୍ଯ୍ୟ ହୋଇନଥିବାର ଅଞ୍ଚଳବାସୀ କୁହନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥିନୀ ଏବେ ଗାଁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି ତଥା ଏହି ସଂଚୟ ଟଙ୍କାରେ ଗରିବ ଅସହାୟଙ୍କୁ ସାହାଯ୍ୟ କରିବା ସହିତ ମାସ୍କ ବଣ୍ଟନ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଏହି ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ବଣ୍ଡ ପେପରରେ ପଞ୍ଚାୟତର କାମ କରିବା ପାଇଁ ପ୍ରତିଶ୍ରୁତି ଲେଖି ଦେଉଛନ୍ତି । ଯଦି ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରିବେ, ଯଦି ପୁରଣ  ନକରନ୍ତି ତେବେ ୩ବର୍ଷ ମଧ୍ୟରେ ତାଙ୍କ ନାମରେ ଥାନାରେ ଏତଲା ଦେବାକୁ କହିଛନ୍ତି ।

ଅନ୍ୟପଟେ ଗ୍ରାମବାସୀମାନେ ମଧ୍ୟ ଏହିଭଳି ପ୍ରଚାରକୁ ପସନ୍ଦ କରୁଥିବା ବେଳେ ଆଗାମୀ ଦିନରେ ଏହି ଅଂଚଳରେ ବିକାଶ କାର୍ଯ୍ୟ କରିବା ପାଇଁ ଯେଉଁ ପ୍ରାର୍ଥୀ ପ୍ରତିଶ୍ରୁତି ଦେବେ ସେହି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବେ ବୋଲି ମତ ରଖିଛନ୍ତି । ଅନ୍ୟପଟେ ଏହି ଦୁଇ ପ୍ରାର୍ଥୀଙ୍କର ଏହିଭଳି ଅଭିନବ ଉପାୟରେ ପ୍ରଚାରକୁ ପସନ୍ଦ କରୁଥିବା ଅଂଚଳବାସୀ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com