ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ଘରେ ଇନ୍କମ୍ ଟ୍ୟାକ୍ସ ରେଡ୍, ବାବାଙ୍କୁ ଦେଉଥିଲେ ଗୋପନୀୟ ତଥ୍ୟ
![](https://i0.wp.com/odia.mobilenews24x7.com/wp-content/uploads/2022/02/pic-158.jpg?resize=640%2C360&ssl=1)
ନୂଆଦିଲ୍ଲୀ() ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ବା ଏନ୍ଏସ୍ଇର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କ ମୁମ୍ୱାଇ ସ୍ଥିତ ଆବାସରେ ଆୟକର ବିଭାଗ ରେଡ୍ କରିଛି । ଚିତ୍ରାଙ୍କ ଉପରେ ଆଧ୍ୟାତ୍ମିକ ଗୁରୁଙ୍କୁ ଗୋପନୀୟ ତଥ୍ୟ ପ୍ରଦାନ କରିବା ନେଇ ଅଭିଯୋଗ ରହିଛି । ମାମଲା ବିଷୟରେ ଜଡ଼ିତ ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ରେଡ୍ ପାଇଁ ନିଷ୍ପତ୍ତି ଉଚ୍ଚତମ ସ୍ତରରେ ନିଆଯାଇଛି ଏବଂ ଟିମ୍ ପକ୍ଷରୁ ସକାଳୁ ହିଁ ରାମକୃଷ୍ଣ ଜଡ଼ିତ ଥିବା ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରହିଛି ।
ଆୟକର ବିଭାଗର ମୁମ୍ୱାଇ ବ୍ରାଞ୍ଚ ଶାଖା ଏହି ଛାନ୍ଭିନ୍ କରୁଛି । ଏହାଛଡ଼ା ଚିତ୍ରାଙ୍କ ଉପରେ ଜଣେ ବରିଷ୍ଠ ଅଧିକାରୀ ଆନନ୍ଦ ସୁବ୍ରମଣିୟମ୍ଙ୍କ ନିଯୁକ୍ତିରେ ଅନିୟମିତତାର ଅଭିଯୋଗ ରହିଛି । ଏହା ପୂର୍ବରୁ ସିକ୍ୟରିଟି ଏକ୍ସଚେଞ୍ଜ୍ ଅଫ୍ ଇଣ୍ଡିଆ ଅର୍ଥାତ ସେବି ୧୧ ଫେବୃଆରୀକୁ ରାମକୃଷ୍ଣଙ୍କ ଉପରେ ୩ କୋଟିର ଜୋରିମାନା ଲଗାଇଥିଲା । ମାର୍କେଟ୍ ରେଗୁଲେଟର ସେବି ଏକ୍ସଚେଞ୍ଜର ଅତିଗୋପନୀୟ ତଥ୍ୟ ଅନ୍ୟ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ପ୍ରଦାନ କରିବା ଅଭିଯୋଗର ବିଚାର କରି ଚିତ୍ରାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
କହିରଖୁଛୁ ଯେ, ଚିତ୍ରା ଏପ୍ରିଲ୍ ୨୦୧୩ରୁ ଡିସେମ୍ୱର ୨୦୧୬ ପର୍ଯ୍ୟନ୍ତ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ଏମ୍ଡି ଏବଂ ପରିଚାଳନା ଅଧିକାରୀ ରହିଥିଲେ । ସେତେବେଳେ ସେ ଯୋଗୀଙ୍କୁ ଶିରୋମଣି କହୁଥିଲେ । ଯିଏକି ତାଙ୍କ ପାଇଁ ଜଣେ ଆଧ୍ୟାତ୍ମିକ ଶକ୍ତି କହୁଥିଲେ । ୨୦ ବର୍ଷ ଧରି ବ୍ୟକ୍ତିଗତ ଏବଂ ବ୍ୟବସାୟିକ ମାମଲା ଉପରେ ତାଙ୍କର ମାର୍ଗଦର୍ଶିକାକୁ ଅନୁସରଣ କରୁଥିଲେ । ରାମକୃଷ୍ଣଙ୍କ ଅନୁସାରେ ଏହି ଅଜ୍ଞାତ ବ୍ୟକ୍ତି ବା ଯୋଗୀ କଥିତ ରୁପେ ଜଣେ ଆଧ୍ୟାତ୍ମିକ ଶକ୍ତି । ସେ ଯେତେବେଳେ ଚାହିଁବେ ଏବଂ ଯେଉଁଠି ଚାହିଁବି ପ୍ରକଟ ହୋଇପାରିବେ ।