ଅନ୍ତର୍ଜାତୀୟ

ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କଲେ ଭାରତ ଆମେରିକାକୁ ସମର୍ଥନ କରିବ ବୋଲି ଆମେରିକାର ଆଶା

ୱାସିଂଟନ୍‌() ରୁଷ୍‌ ଯଦି ୟୁକ୍ରେନ୍‌ ଆକ୍ରମଣ କରେ ତେବେ, ନିୟମାବଳି-ଆଧାରିତ ଆନ୍ତର୍ଜାତିକ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ ଥିବା ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ସମର୍ଥନ କରିବ ବୋଲି ଆମେରିକା ଆଶା କରୁଛି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ ବୁଧବାର ଦିନ କହିଛନ୍ତି ଯେ, ନିକଟରେ ମେଲ୍‌ବର୍ଣ୍ଣରେ ଶେଷ ହୋଇଥିବା ‘କ୍ବାଡ୍‌ ମନ୍ତ୍ରୀସ୍ତରୀୟ ସମ୍ମିଳନୀ’ରେ ରୁଷ୍‌-ୟୁକ୍ରେନ୍‌ ପ୍ରସଙ୍ଗ ଉତ୍ଥାପିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ମନ୍ତ୍ରୀମାନେ ସମବେତ ହୋଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍‌ ସଙ୍କଟର କୂଟନୈତିକ ତଥା ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ ବୋଲି ଉକ୍ତ ବୈଠକରେ ସହମତି ପ୍ରକାଶ ପାଇଥିଲା। ‘କ୍ବାଡ୍‌’ର ଅନ୍ୟତମ ମୂଳ ସଦସ୍ୟ ନିୟମାବଳି-ଆଧାରିତ ଆନ୍ତର୍ଜାତିକ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବ। ଅନ୍ୟ କ୍ଷେତ୍ର ଭଳି ଉକ୍ତ ସଦସ୍ୟ ରାଷ୍ଟ୍ର ୟୁରୋପ ସମେତ ‘ଇଣ୍ଡୋ-ପାସିଫିକ୍‌’ ପ୍ରତି ମଧ୍ୟ ନିୟମାବଳି-ଆଧାରିତ ଆନ୍ତର୍ଜାତିକ ଶୃଙ୍ଖଳା ବ୍ୟବସ୍ଥା ଲାଗୁ ହେବା ଉପରେ ଗୁରୁତ୍ବାରୋପ କରୁଛି। ଆମେ ଜାଣୁ ଯେ, ଆମର ଭାରତୀୟ ସହଯୋଗୀମାନେ ଉକ୍ତ ନିୟମାବଳି-ଆଧାରିତ ଆନ୍ତର୍ଜାତିକ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ। ସେଥିରେ ଅନେକ କିଛି ନିୟମାବଳୀ ରହିଛି। ସେଥିରୁ ଗୋଟିଏ ହେଉଛି ବଳପୂର୍ବକ ଦେଶର ସୀମାନ୍ତ ପୁନଃନିର୍ଦ୍ଧାରଣ କରାଯାଇ ପାରିବ ନାହିଁ।

ତେଣେ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍‌ ସୀମାନ୍ତରେ ରୁଷ୍‌ ଆହୁରି ୭୦୦୦ ସୈନିକ ମୁତୟନ କରିଛି। ସମୋନଙ୍କ ମଧ୍ୟରୁ କେତେକ ବୁଧବାର ଦିନ ୟୁକ୍ରେନ୍‌ ନିକଟରେ ପହଞ୍ଚିଛନ୍ତି। କିନ୍ତୁ, ୟୁକ୍ରେନ୍‌ ଆକ୍ରମଣ ପାଇଁ କୌଣସି ଯୋଜନା ନାହିଁ ବୋଲି କ୍ରେମ୍‌ଲିନ୍‌ ଥରକୁ ଥର କହିଆସୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com