ଓଡ଼ିଶା

ଆଜି ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ସରକାରୀ ସ୍କୁଲର ରୂପରେଖ। ଅତ୍ୟାଧୁନିକ କ୍ଲାସରୁମ ଓ ଲାଇବ୍ରେରୀ ସହ ସୁନ୍ଦର ପରିବେଷ ମନ ମୋହୁଛି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରୁଛି ମଡେଲ ସ୍କୁଲ। ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ ହୋଇଛି। କ୍ଲାସରୁମରେ କରାଯାଇଛି ଉନ୍ନତମାନର ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ। ଆଜି ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଂଧ୍ୟା ୫ଟା ୩୦ରେ ଲୋକସେବା ଭବନର କନଭେନସନ ହଲରେ ଭିଡିଓ କନଫରେନସିଂରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାର ୧୩୫, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁର ୭୫ ଓ ଭଦ୍ରକର ୮୦ଟି ରୂପାନ୍ତରୀତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

Related Articles

Back to top button
WP Twitter Auto Publish Powered By : XYZScripts.com