Featuredଜାତୀୟରାଜନୀତି

ଟ୍ରେନରେ ସିଟକୁ ଅଗ୍ନିକାଣ୍ଡ ; ୯ ଗୁରୁତର, ୩ ମୃତ

କେରଳରେ ଟ୍ରେନରେ ସିଟକୁ ନେଇ ବିବାଦ ହେବାରୁ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ। ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଟ୍ରେନ୍ ଟ୍ରାକରୁ ଜଣେ ମହିଳା, ଜଣେ ଛୋଟ ପିଲା ଓ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଟ୍ରେନରେ ଚଢିବା ପରେ ବସିବାକୁ ନେଇ ବଚସା ହୋଇଥିଲା । ବିବାଦ ଏପରି ଉଗ୍ର ରୂପ ନେଇଥିଲା ଯେ, ତିନି ଜଣ ଦୁର୍ବୃତ୍ତ ଅଲପୁଝା-କନୌର ଟ୍ରେନରେ ନିଆଁ ଲଗାଇ ଦେଇଥିଲା । ଏହା ପରେ ତିନି ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com