ଅନ୍ତର୍ଜାତୀୟ

ଜର୍ମାନରେ ପାଇଲଟଙ୍କ ହରତାଳ,୮୦୦ ଫ୍ଲାଇଟ୍‌ ବାତିଲ

ର୍ଲିନ ୨।୯ ; ଜର୍ମାନରେ ପାଇଲଟଙ୍କ ହରତାଳ ପାଇଁ ଲୁପଥାନସା ଏୟାରଲାଇନ୍ସକୁ ତାର ୮୦୦ ଫ୍ଲାଇଟ୍‌ ବାତିଲ କରିବାକୁ ପଡିଛି । ବିମାନଙ୍କ ଉଡାଣ ରଦ୍ଦ ହେବା ଯୋଗୁ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ପାଇଲଟମାନେ ସେମାନଙ୍କ ଦାବିକୁ ନେଇ ଦିନିକିଆ ହରତାଳ କରିଛନ୍ତି । ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଗୁରୁବାର ମଧ୍ୟରାତ୍ର ପରେ ଦିନିକିଆ ହରତାଳ ଡାକରା ଦେଇଥିଲେ । ଏ ନେଇ ଲୁପଥାନସା ଏୟାର ଲାଇନ୍ସ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇ ପାରନ୍ତି ବୋଲି ଉଲ୍ଲେଖ କରାଯାଇଛି । ପାଇଲଟଙ୍କ ବେତନ ବୃଦ୍ଧି ଲାଗି ଆଲୋଚନା ବିଫଳ ହେବା ଯୋଗୁ ଗୁରୁବାର ମଧ୍ୟରାତ୍ର ପରେ ୨୪ଘଣ୍ଟିଆ ହରତାଳ ଆହ୍ୱାନ ଦିଆଯାଇଥିଲା । ଏଥିରେ ଉଭୟ ଯାତ୍ରୀ ଓ କାର୍ଗୋ ସେବା ପ୍ରଭାବିତ ହେବ ବୋଲି କୁହାଯାଇଥିଲା । ତେବେ ଏହା ପୂର୍ବରୁ ଗୁରୁବାର ମଧ୍ୟ ଅନେକ ଉଡାଣ ବାତିଲ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com