ଜାତୀୟ

Bachchhan Paandey ଟ୍ରେଲର୍ ରିଲିଜ୍: ହୋଲିରେ ବର୍ଷା ହେବ ଗୁଳି, କମେଡି-ଥ୍ରୀଲର୍ ଫିଲ୍ମରେ ଅକ୍ଷୟ-କ୍ରୀତିଙ୍କର ଜବରଦସ୍ତ କେମେଷ୍ଟ୍ରୀ

ମୁମ୍ବାଇ() ଖିଲାଡି କୁମାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ବଚ୍ଚନ ପାଣ୍ଡେ”ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଟ୍ରେଲର୍ ରେ କ୍ରୀତି ସାନନ୍, ଜାକଲିନ୍ ପର୍ଣ୍ଣାଣ୍ଡିଜ୍, ପଙ୍କଜ୍ ତ୍ରିପାଠୀ, ଅଶରଦ ବାରସୀ, ପ୍ରତୀକ ବବର୍ ଓ ଅଭିମନ୍ୟୁ ସିଂଙ୍କ ସହ ଏବର୍ଷ ହୋଲିରେ ଅକ୍ଷୟ ଜବରଦସ୍ତ ଧମାଲ୍ କରିବାକୁ ଯାଉଛନ୍ତି । ଟ୍ରେଲର୍ କୁ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ପେଜରେ ଅପଲୋଡ୍ କରିଛନ୍ତି । ଯାହାକୁ ମାତ୍ର ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ଭିୟୁ ମିଳିସାରିଛି ।

“ବଚ୍ଚନ ପାଣ୍ଡେ”ର ଟ୍ରେଲର୍ କୁ ଅକ୍ଷୟ ମଜାଦାର୍ ଅନ୍ଦାଜରେ କ୍ୟାପସନ୍ ସହିତ ଅପଲୋଡ୍ କରିଛନ୍ତି । ସେ ଲେଖିଛନ୍ତି ଯେ, “ଧୁମ୍ ଧଡାକା ରଙ୍ଗ ପଟାଖା, ଆଓ ବନା ଲୋ ଟୋଲୀ…ବଚ୍ଚନ ପାଣ୍ଡେ ନେଇ ଆସୁଛି ହୋଲି ପେ ଗୋଲି!! ଟ୍ରେଲର୍ ଆସିଯାଇଛି” ।

୩.୪୨ ମିନିଟ୍ ର ଏହି ଟ୍ରେଲର୍ ରେ କ୍ରୀତି ସାନନ୍ ଓ ଅକ୍ଷୟଙ୍କ ବ୍ୟତୀତ ଅଶରଦ୍ ବାରସୀ, ପଙ୍କଜ୍ ତ୍ରିପାଠୀ, ଜାଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ସଞ୍ଜୟ ମିଶ୍ରା ନଜର ଆସିଛନ୍ତି । ଏଥିରେ ଅକ୍ଷୟଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଆକ୍ସନ୍ ଓ କମେଡିରେ ଭରପୁର ହୋଇଛି ଟ୍ରେଲର୍ । ସୂଚନାଯୋଗ୍ୟ, ଫିଲ୍ମଟି ମାର୍ଚ୍ଚ ୧୮ ତାରିଖରେ ରିଲିଜ୍ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com