Featuredଅନ୍ତର୍ଜାତୀୟଜାତୀୟ

ଭାରତୀୟ ଜଙ୍ଗଲରେ ଖେଳିବ ଚିତାବାଘ

ମଧ୍ୟ ପ୍ରଦେଶ, ୧୫/୦୯/୨୦୨୨ – ଭାରତ ଆସୁଛି ଚିତାବାଘ । କେନ୍ଦ୍ର ସରକାରଙ୍କ ଚିତା ପ୍ରକଳ୍ପ ପାଇଁ ସୁଦୂର ନାମିବ୍ୟା ଦେଶରୁ ଏକାବେଳକେ ୮ ଟି ଚିତା ବାଘଙ୍କୁ ଅଣାଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ ରହିଛି । ଏହି ବିମାନ ଆଗରେ ଚିତାର ମୁହଁ ଚିତ୍ରିତ କରାଯାଇଛି । ଯାହାର ଫଟୋ ଭାରତୀୟ ହାଇ କମିସନ ସେୟାର କରିଛନ୍ତି । ଚିତାଙ୍କୁ ନାମିବ୍ୟାରୁ ଆଣିବା ବାଟରେ କୌଣସି ଖାଦ୍ୟ ଦିଆଯିବ ନାହିଁ କିମ୍ବା ଇନ୍ଧନ ଭର୍ତି କରିବାକୁ ମଧ୍ୟ ବିମାନ ଅଟକିବ ନାହିଁ ।
ନାମିବ୍ୟାରୁ ଆସିବାକୁ ଥିବା ୮ଟି ଚିତା ମଧ୍ୟରେ ରହିଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ଆସନ୍ତା ୧୭ ତାରିଖ ସକାଳ ୬ଟାରୁ ୭ଟା ଭିତରେ ରାଜସ୍ଥାନରେ ବିମାନ ପହଂଚିବ । ପରେ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟକୁ ଅଣାଯିବ । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରାୟ ୭୦ ବର୍ଷ ପରେ ଭାରତରେ ଜଙ୍ଗଲରେ ଚିତା ବାଘ ଦେଖିବାକୁ ମିଳିବ । ଯେଉଁଥିପାଇଁ ପଶୁପ୍ରେମୀଙ୍କ ମନରେ ଉତ୍କଣ୍ଠା ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com