Featuredଜାତୀୟରାଜନୀତି

ସେମିକଣ୍ଡକ୍ଟର ଯୋଗୁ ତିଆରି ହୋଇପାରୁନାହିଁ ଇଭିଏମ

୨୦୨୩ରେ ୯ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଇଭିଏମର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ଏକ ବଡ ସମସ୍ୟା ଦେଖାଦେଇଛି । ନିର୍ବାଚନ ଆୟୋଗ ପାଖରେ କମ ପରିମାଣର ଇଭିଏମ ରହିଛି । ଏହାର କାରଣ ହେଉଛି କରୋନା କାରଣରୁ ହୋଇଥିବା ଲକଡାଉନ । ୨୦୨୦ରୁ ୨୦୨୨ ଯାଏ କରୋନା କାରଣରୁ ଆମଦାନୀ, ରପ୍ତାନୀ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ଇଭିଏମ ପ୍ରସ୍ତୁତିରେ ବିଳମ୍ବ ହୋଇଛି । ଇଭିଏମରେ ଲାଗୁଥିବା ସାମଗ୍ରୀର ଆମଦାନୀ ନହେବା କାରଣରୁ ଏହି ସ୍ଥିତି ଦେଖାଦେଇଛି ।

ଆଗାମୀ ବର୍ଷ ସାରାଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ତେବେ ଇଭିଏମରେ ଲାଗୁଥିବା ଡିଭାଇସ ସେମି କଣ୍ଡକ୍ଟର ମେସିନ ଆମଦାନୀରେ ସଙ୍କଟ ଦେଖାଦେଇଛି । ଏନେଇ ଇସିଆଇ ହାଇସ ପ୍ୟାନେଲକୁ ଏହାର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com