ବାଣିଜ୍ୟ

ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁମ୍ବାଇ, ୧୫/୦୯/୨୦୨୨-   ମୁମ୍ବାଇରେ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେଇ ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ମାନବ ସମ୍ବଳ ରହିଛି । ଶିଳ୍ପପତିଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ । ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ଓଡ଼ିଶା ଆଗଉଛି ବୋଲି ନବୀନ କହିଛନ୍ତି । ଇଜ୍ ଅଫ୍ ଡୁଇଂ ବିଜିନେସ ରେଟିଂରେ ଓଡ଼ିଶା ଆଗରେ ରହିଛି । ୟୁନିକ ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଏବଂ ଓଡ଼ିଶା ଏବେ ସାରା ଦେଶର ପୁଞ୍ଜିପତିଙ୍କ ଡେଷ୍ଟିନେସନ ପାଲଟିଛି ।

ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ବେଳେ ବୁଝାଇ କହିଥିଲେ ଓଡ଼ିଶାର ସରଳ ଶିଳ୍ପନୀତି ବାବଦରେ । ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସରକାର ପାଣି, ଖଣି, ବିଦ୍ୟୁତ ସୁବିଧା ଯୋଗାଇ ଦେଉଛନ୍ତି ।  ସିଙ୍ଗିଲ ୱିଣ୍ଡୋରେ ସବୁ ସୁବିଧା ମିଳୁଥିବା ନେଇ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ । ୨୦୧୬ ଓ ୨୦୧୮ରେ ସଫଳତାର ସହ ୨ଟି ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହୋଇଥିଲାବେଳେ ଚଳିତବର୍ଷ ବଡ଼ ଧରଣର ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com