ଓଡ଼ିଶା

ଜାଗା ମିଶନ ଯୋଜନା ଉପରେ କର୍ମଶାଳା

ଭୁବନେଶ୍ୱର: ସହରାଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ବାସ ଗୃହ ସୁବିଧା ନିରାପତ୍ତା ନେଇ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜାଗା ମିଶନର ଉପାଦେୟତା ଉପରେ ଏକ କର୍ମଶାଳା ଭୁବନେଶ୍ୱର ୧୨ ନମ୍ବର ୱାର୍ଡ଼ରେ ଅନୁଷ୍ଠିତ ହୋଇଯାଇଛି । ସୈନିକ ସ୍କୁଲରୁ ଓମଫେଡ଼ ଛକ ମଝିରେ ଥିବା ବିଭିନ୍ନ ବସ୍ତି ବାସିନ୍ଦାମାନେ ଏଥିରେ ଯୋଗ ଦେଇ ଜାଗା ମିଶନ ଉପରେ ଥିବା ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ ।   ୧୨ ନଂ ୱାର୍ଡ ଅଫିସଠାରେ ଜାଗା ସମ୍ପର୍କ ମାଧ୍ୟମରେ ଅନୁଷ୍ଠିତ ଏହି ଜାଗା ମିଶନ କାର୍ଯ୍ୟକ୍ରମରେ  ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ  ଏକାଧିକ ବିକାଶ ମୂଳକ ଯୋଜନା ହାତକୁ ନିଆଯିବା ନେଇ ଆଲୋକପାତ କରାଯାଇଥିଲା ।  ଏହି  କାର୍ଯ୍ୟକ୍ରମରେ  ସିଓ ସିପ୍ରାରାଣୀ ସାମନ୍ତରାୟ ,ଆଇଇ ଅମୀୟ କୁମାର ବିଶ୍ବାଳ ,ଜେଇଇ ମିଥଲେସ ରଥ ଓ ୧୨ ନଂ ୱାର୍ଡର କର୍ପୋରେଟର ଜୟନ୍ତୀ ଯୋଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com