ଓଡ଼ିଶା

ପଶ୍ଚିମା ଝଡ ପ୍ରଭାବ; ଆଭ୍ୟନ୍ତରୀଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ବିଜୁଳି-ଘଡଘଡି ସହ ବର୍ଷା କରାଇବାର ସମ୍ଭାବନା ରହିଥିବା ନେଇ ଡପଲର ରାଡାରରୁ ସୂଚନା ମିଳୁଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏଥିସହ ଉତ୍ତର ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚଚନାରେ କୁହାଯାଇଛି।

Related Articles

Back to top button