ଓଡ଼ିଶା

ପ୍ରଥମଥର ପାଇଁ “ଦାଦାଗିରି”ରେ ଏକାଠି ହେଲେ ଦୁଇ ସୁପରଷ୍ଟାର୍

ଭୁବନେଶ୍ବର() ପ୍ରଥମ ଥର ପାଇଁ ଅଭିନେତା ଅନୁଭବଙ୍କ ମେଗା ରିଆଲିଟି ଗେମ୍ ସୋ “ଦାଦାଗିରି” ରେ ଅଭିନେତା ବାବୁଶାନ୍ ଅତିଥି ଭାବେ ଭାଗ ନେବା ସହ ମଉଜ ମସ୍ତି କଲେ । ଫିଲ୍ମ ବାଳୁଙ୍ଗା ଟୋକା ର ଶୀର୍ଷ ସଙ୍ଗୀତ ରେ ନାଚିଲେ ଓଡ଼ିଶାର ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁଶାନ୍।


ଅଭିନେତା ଅନୁଭବ ମହାନ୍ତି ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ ୟୁ ର କଳାକାର ନମ୍ରତା ଥାପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀଟି ସୈ।ରୀ , ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ର ଅଭିନେତ୍ରୀ ଲିପ୍ସା ମିଶ୍ର,ଜୀନା ସାମଲ,ଜେସୀ ସାମଲ, ତୃପ୍ତି ମିରାମ୍ବିକା, ପ୍ରମୁଖ ଦାଦାଗିରି ହୃଦୟରୁ ଭାଗ ନେଇ ଦର୍ଶକଙ୍କ ମନୋମୋହି ସାରିଛନ୍ତି।


ସୁପରଷ୍ଟାର ବାବୁଶାନଙ୍କ ଅଧ୍ୟାୟଟି ଶନିବାର (୧୯ ଫେବୃଆରୀ)ରେ ପ୍ରସାରଣ ହୋଇଛି। ଏହି ଅଧ୍ୟାୟରେ ବାବୁଶାନ୍ ଅନୁଭବଙ୍କ ସହ ଗେମ୍ ଖେଳିବା ସହ ନିଜ ଚଳଚ୍ଚିତ୍ର ର ଗୀତ ଓ ନୃତ୍ୟ ମଧ୍ୟ କରିବାର ଦେଖିବାକୁ ମିଳିଥିଲା।

Related Articles

Back to top button