ଓଡ଼ିଶା
ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ, ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ
![](https://i0.wp.com/odia.mobilenews24x7.com/wp-content/uploads/2022/02/election-2.jpg?resize=600%2C367&ssl=1)
ଭୁବନେଶ୍ବର() ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି ।
ସେହିଭଳି ନବରଙ୍ଗପୁରରେ ୮୬.୩୩, କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨. ୭୨, ବରଗଡରେ ୮୨.୬୩ ପ୍ରତିଶତ ମତଦାନ ହୋଇଛି ।