ଜାତୀୟ

ନୂଆ ଏଲପିଜି କନେକ୍ସନ ହେଲା ମହଙ୍ଗା, ଜାଣନ୍ତୁ ଏବେ ଦେବାକୁ ପଡିବ କେତେ ?

ନୂଆଦିଲ୍ଲୀ:   ଏଲପିଜି ନୂଆ କନେକ୍ସନର ମୂଲ୍ୟ ବୃଦ୍ଧି ପରେ ଏବେ ସାଧାରଣ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ମୂଲ୍ୟ ପୈଠ କରିବାକୁ ହେବ। ଗୁରୁବାରଠାରୁ ନୂଆ ଏଲପିଜି କନେକ୍ସନ  ନେବା ଲାଗି ପ୍ରତି କନେକ୍ସନ ପିଛା ଗ୍ରାହକଙ୍କୁ ଅଧିକ ୭୫୦ ଟଙ୍କା ଦେବାକୁ ପଡିବ। ଏଲପିଜି ନୂଆ କନେକ୍ସନ ମୂଲ୍ୟବୃଦ୍ଧି ହେବା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବୋଲି ଏବେ ବୁଝା ଯାଉଛି। ପୂର୍ବରୁ ନୂଆ କନେକ୍ସନ ନେବାକୁ ହେଲେ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା।

ଏହି ଦେୟରେ କେବଳ ସଂଯୋଗ ମିଳିପାରୁଥିଲା, ତେବେ ସମ୍ପର୍କିତ ଅନ୍ୟ ସାମଗ୍ରୀ ଲାଗି ପୃଥକ ଦେୟ ଦେବାକୁ ପଡୁଥିଲା। ତେବେ ଗୁରୁବାର ନୂଆ ଦର ଲାଗୁ ହେବା ପରେ କେବଳ କନେକ୍ସନ ଲାଗି ଗ୍ରାହକଙ୍କୁ ୧୪୫୦ ବଦଳେ ୨୨୦୦ ଟଙ୍କା ଦେବାକୁ ପଡୁଛି। ଏଥିରେ ଯଦି ଗ୍ରାହକ ଏକ ଅନ୍ୟ ସିଲିଣ୍ଡର ନେବାକୁ ଚାହିଁବେ ତେବେ ତାଙ୍କୁ ଅଧିକ ୧୫ଶହ ଟଙ୍କା ପୈଠ କରିବାକୁ ହେବ। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ୧୦ଟି ବଡ଼ ଘୋଷଣା କରିଥିଲେ। ଏଥିରେ ଏଲପିଜି ସିଲିଣ୍ଡର ପିଛା ୨୦ ୦ଟଙ୍କା ସବସିଡି ମଧ୍ୟ ଘୋଷଣା ହୋଇଥିଲା।

ତେବେ ଏଲପିଜି ସବସିଡିର ଲାଭ ସବୁ ଗ୍ରାହକଙ୍କ ନିମନ୍ତେ ନୁହେଁ। ଏହା କେବଳ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ନୂଆ କନେକ୍ସନର ବର୍ଦ୍ଧିତ ମୂଲ୍ୟ ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କ ଲାଗି ମଧ୍ୟ ପ୍ରଜୁଯ୍ୟ ହେବ। ଏଥିରେ ଯଦି ଉଜ୍ଜ୍ୱଳା ଗ୍ରାହକ ଅଧିକ ଗୋଟିଏ ସିଲିଣ୍ଡର ନେବାକୁ ଚାହିଁବେ ତେବେ ତାଙ୍କୁ ମଧ୍ୟ ଅଧିକ ମୂଲ୍ୟ ପୈଠ କରିବାକୁ ହେବ।

ବର୍ତ୍ତମାନ ବଜାରରେ ୧୪.୨ କେଜି ଓଜନର ରିଫିଲ ନେବା ଲାଗି ଗ୍ରାହକଙ୍କୁ ୧ହଜାର ଟଙ୍କା ପୈଠ କରିବାକୁ ପଡୁଛି। ପୂର୍ବରୁ ସରକାର ଦେଉଥିବା ସବସିଡି ସମାପ୍ତ କରିଦେଇଛନ୍ତି। ଏଣୁ ସିଲିଣ୍ଡର ଏବେ ଖୋଲାବଜାର ଦରରେ ମିଳୁଛି। ଏଣୁ ଯଦି ଆପଣ ୨ଟି ସିଲିଣ୍ଡର ଲାଗି ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ୪ ହଜାର ୪୦୦ ଟଙ୍କା ପୈଠ କରିବାକୁ ହେବ। ଏଥିରେ ରେଗୁଲେଟର ଲାଗି ୨୫୦ ଟଙ୍କା, ଦେଢଶହ ଟଙ୍କାର ପାଇପ୍ ଓ କନେକ୍ସନ ବୁକ୍ ଲାଗି ୨୫ ଟଙ୍କା ମଧ୍ୟ ଆଡଜଷ୍ଟ ହେଉଛି। ତେବେ ଏଥିରେ ଗ୍ୟାସ୍ ଚୁଲା ସାମିଲ ନୁହେଁ। ଗ୍ୟାସ୍ ଚୁଲା ଲାଗି ଗ୍ରାହକଙ୍କୁ ଅଧିକ ୧୫ଶହ ଟଙ୍କା ଅଥବା ଅଧିକ ମୂଲ୍ୟର ଚୁଲା କିଣିଲେ ୩ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com